Get Updates
Get notified of breaking news, exclusive insights, and must-see stories!

Maharashtra CM Race: ବିରୋଧୀ ଦଳ ନେତା ବିନା ମହାରାଷ୍ଟ୍ର ବିଧାନସଭା; ମୁଖ୍ୟମନ୍ତ୍ରୀ ରେସରେ କିଏ ?

ମହାରାଷ୍ଟ୍ରରେ ଆସିସାରିଛି ମହାୟୁତି ମହାସୁନାମୀ । ମହାରାଷ୍ଟ୍ର ନିର୍ବାଚନରେ ରେକର୍ଡ କରିଛି ବିଜେପି ନେତୃତ୍ୱାଧୀନ ମହାୟୁତି । ଲ୍ୟାଣ୍ଡସ୍ଲାଇଡ୍ ଭିକ୍ଟି ହାସଲ କରି ମରାଠା ରାଜ୍ୟରେ ପୁଣି ସରକାର ଗଠନ ପାଇଁ ଯାଉଛି ମହାୟୁତି । କଂଗ୍ରେସ ଏବଂ ଶିବସେନା ମେଣ୍ଟ ମ୍ୟାଜିକ୍ ନମ୍ବର ପାଇଁ ଜନମତ ହାତେଇବାରେ ବିଫଳ ହୋଇଛି । ଏପଟେ 60 ବର୍ଷ ପରେ ପ୍ରଥମ ଥର ପାଇଁ ମହାରାଷ୍ଟ୍ର ବିଧାନସଭା ବିରୋଧୀ ଦଳ ନେତା ବିନା ଚାଲିବ । ତେବେ ଚଳିତ ନିର୍ବାଚନରେ ବିଜେପି ଏକାକୀ 132ଟି ଆସନ ଜିତିଥିବା ବେଳେ ସିନ୍ଦେ ଗୋଷ୍ଠୀ ଶିବସେନା 57 ଏବଂ ଅଜିତ ପାଓ୍ବାରଙ୍କ ଏନସିପି 41ଟି ଆସନ ଜିତିଛି ।

ବିଜେପି ନେତୃତ୍ବାଧିନ ମହାୟୁତି ପ୍ରଚଣ୍ଡ ବିଜୟ ହାସଲ କରି 288 ଆସନରୁ 230 ଆସନ ଅକ୍ତିଆର କରିଛି । ତେବେ ମହାୟୁତି ବିପକ୍ଷରେ ଲଢୁଥିବା ମହାଅଘାଡି ମେଣ୍ଟ ଏଥର ନିର୍ବାଚନରେ ବିରୋଧି ଦଳ ନେତା ପାଇଁ ଆବଶ୍ୟକୀୟ ଆସନ ଜିତିବାରେ ବିଫଳ ହୋଇଛି । 288 ବିଶିଷ୍ଟ ବିଧାନସଭାରେ ବିରୋଧୀ ଦଳ ନେତା ମାନ୍ୟତା ପାଇଁ ଅତିକମରେ 29 ଆସନ ଆବଶ୍ୟକ । ତେବେ କୌଣସି ଦଳ ମଧ୍ୟ 29ଟି ଆସନ ଜିତିବାରେ ସକ୍ଷମ ହୋଇନାହାଁନ୍ତି । କାରଣ ବିରୋଧୀ ଦଳ ନେତା ମାନ୍ୟତା ପାଇବା ପାଇଁ ଅତି କମରେ ସବୁଦାୟ ଆସନର 10 ପ୍ରତିଶତ ଜିତିବାକୁ ପଡିଥାଏ । ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ), ମହା ବିକାଶ ଅଘାଡି -ଏମଭିଏ ମେଣ୍ଟର ସହଯୋଗୀ ବିରୋଧୀ ଦଳ ଭାବେ ସର୍ବାଧିକ 20ଟି ଆସନ ଜିତିଛି । ତେବେ ବିଧାନସଭାରେ ବିରୋଧୀ ଦଳ ମାନ୍ୟତା ପାଇଁ 9 ଟି ଆସନ କମ ପଡିଛି ।

Maharashtra Assembly election 202

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ମହାବିକାଶ ଅଘାଡି ମେଣ୍ଟରେ ଶିବସେନା- ଉଦ୍ଧବ ଠାକରେ ଗୋଷ୍ଠୀ 20ଟି ଆସନ, କଂଗ୍ରେସ 16ଟି ଏବଂ ଶରଦ ପାଓ୍ବାର ଗୋଷ୍ଠୀ ଏନସିପି 10 ସିଟ ଜିତିଛନ୍ତି ।

60 ବର୍ଷରେ ପ୍ରଥମ-

60 ବର୍ଷ ପରେ ପ୍ରଥମ ଥର ପାଇଁ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ନେତା ମାନ୍ୟତା କାହାକୁ ମିଳିନାହିଁ । ଫଳାଫଳ ଆସିବା ପରେ ପୂର୍ବତନ ପ୍ରମୁଖ ସଚିବ-ବିଧାନସଭା ଅନନ୍ତ କାଲଶେ ଏକ ରିପୋର୍ଟରେ କହିଛନ୍ତି କି, "ବର୍ତ୍ତମାନ କଂଗ୍ରେସ, ଶିବସେନା କି ଏନସିପି ପାଖରେ ବିରୋଧୀ ଦଳ ନେତା ପାଇଁ ମାନ୍ୟତା ମିଳିନାହିଁ । ସେ ପୁଣି କହିଛନ୍ତି, କୌଣସି ବିରୋଧୀ ଦଳ ଏକକୀ କିମ୍ବା ମିଳିତ ଭାବେ ବିରୋଧୀ ଦଳ ନେତା ବାଛି ପାରିବେ ନାହିଁ ।"

କିଏ ହେବେ ମୁଖ୍ୟମନ୍ତ୍ରୀ ? ଫଡନାଭିସ୍ ନା ସିନ୍ଦେ

ନିର୍ବାଚନରେ ଏକ ପାଖିଆ ବିଜୟ ହାସଲ କରିବା ପରେ ବର୍ତ୍ତମାନ ମହାୟୁତି କ୍ୟାମ୍ପରେ ଜୋରଦାର ଟେନସନ୍ । ମରାଠା ରାଜ୍ୟରେ କିଏ ବସିବେ ମୁଖ୍ୟମନ୍ତ୍ରୀ ଆସନରେ । ଆଉ ଆଗରେ ରହିଛି ବିଜେପିର ଦେବେନ୍ଦ୍ର ଫଡନାଭିସ ଏବଂ ଶିବସେନାର ଏକନାଥ ସିନ୍ଦେଙ୍କ ନାମ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ରହିଛି । ତେବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ, ଏଥର ଫଡନାଭିସ ମୁଖ୍ୟମନ୍ତ୍ରୀ ହେଉଥିବା ବେଳେ ସିନ୍ଦେଙ୍କୁ ଗୁରୁତ୍ୱପୂର୍ଣ୍ଣ ପୋର୍ଟଫୋଲିଓ ମିଳିପାରେ । ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସୋମବାର ସୁଦ୍ଧା ନିଷ୍ପତ୍ତି ଆସିବ ବୋଲି ଜଣାପଡିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+