Maharashtra Assembly Election: ନିର୍ବାଚନ ପୂର୍ବରୁ ବଡ଼ ମନ୍ତବ୍ୟ ଦେଲେ ଏକନାଥ, କହିଲେ ମୁଁ ନାହିଁ .....
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଏବେ ଉଷ୍ମ ହୋଇଛି । ବର୍ତ୍ତମାନ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତାମାନେ ରାଜ୍ୟକୁ ଆସୁଛନ୍ତି ଓ ଜନତାଙ୍କ ଗହଣକୁ ଯାଇ ନିଜନିଜ ପାର୍ଟିର ପ୍ରାର୍ଥୀଙ୍କୁ ଜିତେଇବାକୁ ନିବେଦନ କରୁଛନ୍ତି। ଏଥର ନିର୍ବାଚନରେ ମୁଖ୍ୟମନ୍ତ୍ରୀ କିଏ ହେବ ଏହା ନା ମହାଯୁତି ଘୋଷଣା କରୁଛି ନା ମହାବିକାଶ ଆଘାଡ଼ି (ଏମଭିଏ)। ଏଥି ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ରବିବାର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମୁଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ରେସ୍ରେ ନାହିଁ। ମହାୟୁତିରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ କୌଣସି ରେସ୍ ନାହିଁ। ମହାରାଷ୍ଟ୍ରରେ ବହୁମତ ସହ ମହାୟୁତିକୁ ପୁଣି ସରକାରକୁ କ୍ଷମତାକୁ ଆଣିବା ଆମର ମୂଳ ଲକ୍ଷ୍ୟ। ମହାରାଷ୍ଟ୍ରର ବିକାଶ ଅର୍ଥ ହେଉଛି ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା।
'କିଏ ମୁଖ୍ୟମନ୍ତ୍ରୀ ହେବ' ପ୍ରଶ୍ନ ଉପରେ ସେ କହିଛନ୍ତି, ଆଗାମୀ ଦିନରେ ଏହା ଜଣାପଡିବ। ମୁଁ ମହାରାଷ୍ଟ୍ରର ମଙ୍ଗଳ ଚାହୁଁଛି। ମୁଁ କ'ଣ ପାଇବି, ମହାରାଷ୍ଟ୍ରର ଲୋକମାନେ ଏଥିରୁ କ'ଣ ପାଇବେ, ଆମ ଲୋକମାନେ ଏଥିରୁ କ'ଣ ପାଇବେ, ମୁଁ ଏହା ଚାହେଁ। ଏହା ମଧ୍ୟ ନିଶ୍ଚିତ ଯେ ମୁଖ୍ୟମନ୍ତ୍ରୀ ମହାୟୁତିରୁ ଆସିବେ। ଏହାପୂର୍ବରୁ, ମୁଖ୍ୟମନ୍ତ୍ରୀ ପୋଷ୍ଟର ପ୍ରଶ୍ନ ଉପରେ ଶିନ୍ଦେ କହିଥିଲେ, ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହାୟୁତି ସରକାରକୁ କ୍ଷମତାକୁ ଆଣିବା।

ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଉପରେ ଆମର ଧ୍ୟାନ। ଯେତେବେଳେ ମହାରାଷ୍ଟ୍ର ବିରୋଧୀ ତଥା ବିକାଶ ବିରୋଧୀ ମହା ବିକାଶ ଅଗାଡି ଅଢେଇ ବର୍ଷ ରାଜ୍ୟ ଶାସନ କରିଥିଲେ, ସେତେବେଳେ ରାଜ୍ୟ ଏକ ଦଶନ୍ଧି ପଛକୁ ଯାଇଥିଲା। ଯଦି ଏମ୍ଭିଏ ପୁନର୍ବାର କ୍ଷମତାକୁ ଆସେ, ତେବେ ରାଜ୍ୟ ତଥା ଲୋକମାନେ ବହୁ କ୍ଷତି ସହିବେ।












Click it and Unblock the Notifications