ମହାରାଷ୍ଟ୍ର, ଝାଡ଼ଖଣ୍ତର ଭୋଟ୍ ଗଣତି ଆରମ୍ଭ,
ଆରମ୍ଭ ହେଲା ମହାରାଷ୍ଟ୍ର ଓ ଝାଡ଼ଖଣ୍ତ ପାଇଁ ଭୋଟ୍ ଗଣତି । ଖୋଲିଲା ପୋଷ୍ଟାଲ୍ ବାଲାଟ୍, କିଛି ସମୟ ଭିତରେ ଆସିବ ପ୍ରାଥମିକ ଟ୍ରେଣ୍ତ୍ । ସେହିପରି ମହାରାଷ୍ଟ୍ର ଓ ଝାଡ଼ଖଣ୍ତ ପାଇଁ ୩ ଜଣ ଲେଖାଏଁ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି । ମହାରାଷ୍ଟ୍ର ପାଇଁ ଅଶୋକ ଗେହଲଟ, ଭୂପେଶ ପଘେଲ, ଜି. ପରମେଶ୍ୱର ସେହିପରି ଝାଡ଼ଖଣ୍ତ ପାଇଁ ତାରିକ ଅନୱାର, ଏମବି ବିକ୍ରମାର୍କା, କ୍ରିଷ୍ଣା ଆଲାଭୁରୁ ।
ପ୍ରାରମ୍ଭିକ ଟ୍ରେଣ୍ତ ଅନୁସାରେ, ଝାଡଖଣ୍ତର ପ୍ରାରମ୍ଭିକ ଟ୍ରେଣ୍ତ ଅନୁସାରେ, ଦୁଇଟିରେ ଏନଡିଏ ଗୋଟିଏରେ ଇଣ୍ତିଆମେଣ୍ଟ ଆଗରେ ରହିଛି । ମହାରାଷ୍ଟ୍ରର ସମସ୍ତ ୨୮୮ ବିଧାନସଭା ଆସନ ଏବଂ ଝାଡଖଣ୍ଡର ମୋଟ ୮୧ ଟି ସିଟ୍ ମଧ୍ୟରୁ ଅବଶିଷ୍ଟ ୩୭ ଟି ସିଟ୍ ପାଇଁ ମତଦାନ ଶେଷ ହୋଇଛି । ଆଜି ଆସିବ ମହାରାଷ୍ଟ୍ର ଓ ଝାଡ଼ଖଣ୍ତ ବିଧାନସଭା ନିର୍ବାଚନ ଫଳାଫଳ ।

୨୦୧୯ରେ ନିର୍ବାଚନରୁ ମହାରାଷ୍ଟ୍ର ନିର୍ବାଚନରେ ଅନେକ ପରିବର୍ତ୍ତନ ଦେଖିବା ପାଇଁ ମିଳିଥିଲା । ତିନି ଜଣ ମୁଖ୍ୟମନ୍ତ୍ରୀ ଓ ୪ ଜଣ ଉପମୁଖ୍ୟମନ୍ତ୍ରୀ ରାଜ୍ୟରେ ରିହିସାରିଲେଣି । ତେବେ ଏଥର ଝାଡ଼ଖଣ୍ତ ରାଡନୈତୀକ ମାହୋଲ ମଧ୍ୟ ଖୁବ ସରଗରମ ରହିଥିଲା । ତେବେ ଆଜି ଦୁଇ ରାଜ୍ୟରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।












Click it and Unblock the Notifications