ଭାରତୀୟ ରେଳର ସବୁଠାରୁ ମହଙ୍ଗା ଟ୍ରେନ୍, ଯାହାର ଟିକେଟ୍ ମୂଲ୍ୟ ୨୦ ଲକ୍ଷ
Maharaja Express: ଭାରତୀୟ ରେଳର ସବୁଠାରୁ ମହଙ୍ଗା ଟ୍ରେନ୍, ଟିକେଟ୍ ମୂଲ୍ୟ ୨୦ ଲକ୍ଷ, ଜାଣନ୍ତୁ କିଛି ଖାସ୍ କଥା
ନୂଆଦିଲ୍ଲୀ: ଦେଶର ସବୁଠୁ ଦାମୀ ଟ୍ରେନର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ଟ୍ରେନରେ ବିଳାସପୂର୍ଣ୍ଣ ସୁବିଧା ବିଷୟରେ ଅନେକ ସୂଚନା ଦେଉଛନ୍ତି । ଏହି ଭିଡିଓ ମହାରାଜା ଏକ୍ସପ୍ରେସ ଟ୍ରେନର ସବୁଠାରୁ ମହଙ୍ଗା କୋଚର, ଯାହାର ଟିକେଟ୍ ମୂଲ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।
ଟ୍ରେନରେ 5 ଷ୍ଟାର ହୋଟେଲ ପରି ରହିଛି ସୁବିଧା । ମହାରାଜା ଏକ୍ସପ୍ରେସ ଟ୍ରେନ୍ ଭାରତୀୟ ରେଳ ପର୍ଯ୍ୟଟନ ନିଗମ ଦ୍ୱାରା ପରିଚାଳିତ । ଏହି ଟ୍ରେନ୍ ଦେଶର ୪ଟି ଭିନ୍ନ ଭିନ୍ନ ରୁଟରେ ଚାଲିଥାଏ । ଥରେ ଟିକେଟ୍ ବୁକ କଲେ ଆପଣ ଏହି ବିଳାସପୂର୍ଣ୍ଣ ଟ୍ରେନରେ ସାତ ଦିନ ପର୍ଯ୍ୟନ୍ତ ଯାତ୍ରା କରିପାରିବେ ।

ମହାରାଜା ଟ୍ରେନର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଏହି ଟ୍ରେନର ପ୍ରତ୍ୟେକ କୋଚରେ ବଡ଼ ୱିଣ୍ଡୋ, ମିନି ବାର୍, ଏୟାର କଣ୍ଡିସିନର, ୱାଇଫାଇ, ଲାଇଭ ଟିଭି, ଡିଭିଡି ପ୍ଲେୟାର ସହିତ ଅନେକ ବିଳାସପୂର୍ଣ୍ଣ ଜିନିଷର ଲାଭ ଉଠାଇ ପାରିବେ ଯାତ୍ରୀ । ମହାରାଜା ଏକ୍ସପ୍ରେସରେ ଚାରୋଟି ଭିନ୍ନ ଟୁର୍ ପ୍ଲାନ୍ ରହିଛି । ଏହି ଚାରିଟି ପ୍ଲାନ୍ ମଧ୍ୟରୁ ଆପଣ ନିଜ ରୁଚି ଅନୁସାରେ ପ୍ଲାନ୍ ନେଇ ପାରିବେ । ଏହି ଟ୍ରେନର ଭଡା ୫ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ।

ମହାରାଜା ଏକ୍ସପ୍ରେସରେ ୪ଟି ଭିନ୍ନ ପ୍ରକାରର କୋଚ୍ ରହିଛି, ଯେଉଁଥିରେ ଡିଲକ୍ସ କ୍ୟାବିନ, ସୁଇଟ୍, ଜୁନିଅର ସୁଇଟ୍ ଏବଂ ପ୍ରେସିଡେନସିଆଲ୍ ସୁଇଟ୍ ଅନ୍ତର୍ଭୁକ୍ତ । ଏହି ଟ୍ରେନରେ ଦୁଇ ପ୍ରକାର ପ୍ୟାକେଜ୍ ଦିଆଯାଇଥାଏ । ପ୍ରଥମଟି ହେଉଛି ୩ ରାତି ଏବଂ ୪ ଦିନ ଏବଂ ଅନ୍ୟଟି ୬ ରାତି ଏବଂ ୭ ଦିନର । ପ୍ୟାକେଜ ଅନୁସାରେ ଟିକେଟର ମୂଲ୍ୟ ମଧ୍ୟ ଭିନ୍ନ ଭିନ୍ନ ରହିଥାଏ । ୱେବସାଇଟ୍ ଅନୁଯାୟୀ, ବୟସ୍କ ଏବଂ ଅନ୍ୟାନ୍ୟ ବର୍ଗଙ୍କ ପାଇଁ ଭଡା ଭିନ୍ନ ରହିଛି ।












Click it and Unblock the Notifications