ମହାନଦୀ ଜଳ ବିବାଦ: ଡିସେମ୍ବରରେ ମୋହନ-ବିଷ୍ଣୁଦେଓ ବୈଠକ ସମ୍ଭାବନା
ମହାନଦୀ ଜଳ ସମସ୍ୟା ଉପରେ ଆଲୋଚନା ପାଇଁ ଓଡ଼ିଶା ଏବଂ ଛତିଶଗଡ଼ର ମୁଖ୍ୟ ସଚିବ,ବରିଷ୍ଠ ଜଳସମ୍ପଦ ଅଧିକାରୀମାନଙ୍କ ସହିତ ଏକତ୍ରିତ ହୋଇଥିଲେ। ଆଲୋଚନା ଏବଂ ସହଯୋଗ ମାଧ୍ୟମରେ ଏକ ପାରସ୍ପରିକ ଲାଭଦାୟକ ସମାଧାନ ପାଇଁ ଉଭୟ ରାଜ୍ୟ ଆନ୍ତରିକତା ଏବଂ ସୌହାର୍ଦ୍ଦପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ସହମତ ହୋଇଥିଲେ।
ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକୁ ଚିହ୍ନଟ ଏବଂ ସମାଧାନ କରିବା ପାଇଁ ଉଭୟ ରାଜ୍ୟର ଇଆଇସିଙ୍କ ନେତୃତ୍ୱରେ ବୈଷୟିକ କମିଟି ଗୁଡ଼ିକ ସେପ୍ଟେମ୍ବରରେ ସପ୍ତାହିକ ବୈଠକ କରିବେ ବୋଲି ସହମତ ହୋଇଥିଲେ। କମିଟିଗୁଡ଼ିକ ମହାନଦୀ ଜଳ ବଣ୍ଟନ ଉପରେ ଦୃଢ଼ ସମନ୍ୱୟ ପାଇଁ ଏକ ସାଂସ୍ଥାଗତ ଢାଞ୍ଚା ସୃଷ୍ଟି କରିବା ଉପରେ ମଧ୍ୟ ଆଲୋଚନା କରିବେ।

ସୁବିଧା ଅନୁସାରେ ଡିସେମ୍ବର ସୁଦ୍ଧା ଓଡ଼ିଶା ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ପରସ୍ପରକୁ ଭେଟି ଅଗ୍ରଗତି ସମୀକ୍ଷା କରି ଉଭୟ ରାଜ୍ୟର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମହାନଦୀ ଜଳ ବିବାଦର ଏକ ସୌହାର୍ଦ୍ଦପୂର୍ଣ୍ଣ,ଦୀର୍ଘକାଳୀନ ସମାଧାନ ଖୋଜିବା ପ୍ରୟାସ କରିବେ।












Click it and Unblock the Notifications