ମାଘ ପୂର୍ଣ୍ଣିମା ଦିନ ଯାଉଛନ୍ତି କି ତ୍ରିବେଣୀ ସଙ୍ଗମ? ପଢ଼ିନିଅନ୍ତୁ ପ୍ରଶାସନିକ ଆଡଭାଇଜରୀ, ନଚେତ୍ ଭିଡରେ ଫସିବା ନିଶ୍ଚିତ
ମହାକୁମ୍ଭରେ ବୁଡ ପକାଇବାକୁ ଲାଗୁଛି ଅସମ୍ଭାଳ ଭିଡ । ସେ ବସନ୍ତ ପଞ୍ଚମୀ କୁହନ୍ତୁ କି ପୁଷ ପୂର୍ଣ୍ଣିମା, ଅବା ମୌନୀ ଅମାବାସ୍ୟା, ସଙ୍ଗମରେ ବୁଡ ପକାଇବାକୁ ଲାଗୁଛି ଗହଳି । ଲୋକଙ୍କ ସମାଗମ ଏତେ ହେଉଛି ଲାଗିଛି ସଂଗମ ସ୍ଥଳ ଆଡକୁ ମାଡିଯାଉଛି ଜନ ସମୁଦ୍ର । ଆସନ୍ତାକାଲି ମାଘ ପୂର୍ଣ୍ଣିମା ଥିବାରୁ ସଂଗମରେ ପବିତ୍ର ସ୍ନାନ ପାଇଁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।
ସବୁ ଘାଟରେ ବୁଡ ପାଇଁ ଭିଡ ଲାଗିଛି । ତ୍ରିବେଣୀ ସଙ୍ଗମରେ ସାଧୁ, ସନ୍ଥ, ମହାତ୍ମା, ବାବାଙ୍କ ସହ ଅନେକ ଭକ୍ତ ବୁଡ ପକାଉଛନ୍ତି । ମାଘ ପୂର୍ଣ୍ଣିମାରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ପିଲା ଏବଂ ମହିଳା, ବୟସ୍କଙ୍କୁ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରଦ୍ଧାଳୁ କିଭଳି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ ତାହାକୁ ପ୍ରାଥମିକତା ଦିଆଯାଇଛି । ନଦୀ ହେଉ ଅବା ମେଳା ପରିସର, ଲଗାତାର ସଫାସୁତରା ରଖିବାକୁ କୁହାଯାଇଛି । କୌଣସି ଷ୍ଟେସନରେ ଅତ୍ୟଧିକ ଭିଡ଼ ହେଲେ ଅଧିକ ବସ୍ ଚଲାଇବାକୁ କୁହାଯାଇଛି ।
ଏହା ଅନୁସାରେ ମେଳା କ୍ଷେତ୍ରକୁ ନୋ ଭେଇକିଲ ଜୋନ ଘୋଷଣା କରାଯାଇଛି । ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଗାଡି ସକାଳ ୪ଟାରୁ ସମ୍ବନ୍ଧୀୟ ରୁଟରେ ପାର୍କିଂରେ ପାର୍କ ହେବ । ଜରୁରୀକାଳୀନ ସେବା ଗାଡିକୁ ଏଥିରୁ ବାଦ୍ ଦିଆଯାଇଛି । ଭିଡକୁ ଦୃଷ୍ଟିରେ ରଖି ଭାରି ଯାନକୁ ସହର ଭିତରକୁ ପ୍ରବେଶ ଉପରେ ରୋକ ଲଗାଯାଇଛି । ପ୍ରୟାଗରାଜ ସହରର ସହିତ ମେଳା କ୍ଷେତ୍ରକୁ ଆଜି ସନ୍ଧ୍ୟା ୫ଟା ପରେ କୌଣସି ଗାଡି ଯାଇପାରିବ ନାହିଁ । ଏଥିରେ କେବଳ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି ।

ଯେଉଁମାନେ ମେଳାକୁ ଯାଇଛନ୍ତି, ସେମାନଙ୍କୁ ଫେରିବାକୁ ଅନୁମତି ମିଳିବ । ପ୍ରୟାଗରାଜ ସହର ଏବଂ ମେଳାରେ ଗାଡିର ପ୍ରବେଶ ତଥା ପ୍ରସ୍ଥାନ ଉପରେ ପ୍ରତିବନ୍ଧକ କଳ୍ପବାସୀଙ୍କ ଗାଡ଼ି ଉପରେ ମଧ୍ୟ ଲାଗୁ ।












Click it and Unblock the Notifications