ଆସନ୍ତାକାଲି ଅମୃତସ୍ନାନ ସହ ଆରମ୍ଭ ହେବ ମହାକୁମ୍ଭ ମେଳା

ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଆସନ୍ତାକାଲି ପୌଷପୂର୍ଣ୍ଣିମା ଅବସରରେ ଅମୃତ ସ୍ନାନ ସହିତ ମହାକୁମ୍ଭମେଳା ଆରମ୍ଭ ହେବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚଛି । ମହାକୁମ୍ଭ ପାଇଁ ପ୍ରୟାଗରାଜଠାରେ ଶ୍ରଦ୍ଧାଳୁଙ୍କୁ ଶୁଦ୍ଧ ବାୟୁ ଏବଂ ସୁସ୍ଥ ବାତାବରଣ ପ୍ରଦାନ ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ ଜଙ୍ଗଲ ପରିବେଶ ସୃଷ୍ଟି କରାଯାଇଛି । ମହାକୁମ୍ଭରେ ଯୋଗ ଦେବା ପାଇଁ ଦେଶ ବିଦେଶରୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରୟାଗରାଜରେ ପହଞ୍ଚିବାରେ ଲାଗିଛନ୍ତି । ସଂସ୍କତି ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମୃଦ୍ଧ ସଂସ୍କୃତିକୁ ପ୍ରଦର୍ଶନ କରିବା ପାଇଁ ପ୍ରୟାଗରାଜରେ କଳାଗ୍ରାମ ସ୍ଥାପନ କରାଯାଇଛି ।

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଆଜି ପ୍ରୟାଗରାଜରେ କଳାଗ୍ରାମକୁ ଉଦ୍‍ଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଦେଶକୁ କୁମ୍ଭମେଳା ଏକତା ସୂତ୍ରରେ ବାନ୍ଧି ରଖିଛି । କୁମ୍ଭମେଳାର ଇତିହାସ ପୌରାଣିକ ଯୁଗରୁ ଆରମ୍ଭ । କୁମ୍ଭମେଳାରେ ଶ୍ରଦ୍ଧାଳୁମାନଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଶ୍ରୀ ଶେଖାୱତ ସୂଚନା ଦେଇଛନ୍ତି । କଳା, ଆଧ୍ୟାତ୍ମିକତା ଏବଂ ସଂସ୍କୃତିକ ସଙ୍ଗମ ହେଉଛି ମହାକୁମ୍ଭ ବୋଲି ମନ୍ତ୍ରୀ କହିଛନ୍ତି ।

Mahakumbh Mela

ଆମ ସମ୍ବାଦଦାତା ଜଣାଇଛନ୍ତି, ପ୍ରୟାଗରାଜର ନାଗବାସୁକୀର ୧୦ଏକର ଅଞ୍ଚଳରେ ପ୍ରତିଷ୍ଠା କରାଯାଇଥିବା କଳାଗ୍ରାମରେ ଦେଶର ବିଭିନ୍ନ ଅଞ୍ଚଳର ଖାଦ୍ୟ ଓ ହସ୍ତକଳା ପ୍ରଦର୍ଶନ କରାଯାଉଛି । ଆସନ୍ତା ୪୫ ଦିନ ମଧ୍ୟରେ କଳାଗ୍ରାମରେ ୧୪ହଜାରରୁ ଅଧିକ କଳାକାର ସେମାନଙ୍କର କଳାକୌଶଳ ପ୍ରଦର୍ଶନ କରିବେ ।

କଳାଗ୍ରାମରେ ଶ୍ରଦ୍ଧାଳୁମାନେ ଭାରତର ବିଭିନ୍ନ ଅଞ୍ଚଳର ସୁସ୍ୱାଦୁ ସାତ୍ତ୍ୱିକ ଖାଦ୍ୟ ଭୋଜନ କରିବା ସହ ପୁସ୍ତକ ଓ ଅନ୍ୟାନ୍ୟ ଫଟୋଚିତ୍ର କ୍ରୟ କରିପାରିବେ । ମହାକୁମ୍ଭମେଳା ବିଶ୍ୱର ସର୍ବବୃହତ୍‍ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ ହେବାକୁ ଯାଉଛି । ସେଠାରେ ପ୍ରାୟ ୪୫ କୋଟି ଶ୍ରଦ୍ଧାଳୁ ଅଂଶଗ୍ରହଣ କରିବେ । ମହାକୁମ୍ଭ ନଗର ମନ୍ଦିର ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ୭ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଭୂତଳ ଜଳ ଡ୍ରୋନ୍‍ ଏବଂ ଏ.ଆଇ. କ୍ୟାମେରା ଆଦି ଉନ୍ନତ ପ୍ରଯୁକ୍ତିବିଦ୍ୟା କୌଶଳ ପୁଲିସ୍‍ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସେହିପରି ଭାରତୀୟ ରେଳବାଇ ପକ୍ଷରୁ ୩ ହଜାର ୩୦୦ ସ୍ୱତନ୍ତ୍ର ଟ୍ରେନ୍‍ ସମେତ ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ରେନ୍‍ ଚଳାଚଳ ବ୍ୟବସ୍ଥା କରାଯାଇଛି । ସରକାରଙ୍କ ପକ୍ଷରୁ ପ୍ରାୟାଗରାଜଠାରେ ଭିତ୍ତିଭୂମି ସ୍ଥାପନ, ସୁରକ୍ଷା, ପରିମଳ, ସ୍ୱାସ୍ଥ୍ୟ, ଜଳଯୋଗାଣ, ବିଦ୍ୟୁତ୍‍ ଯୋଗାଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+