Mahakumbh Mela Ticket Price: ମହାକୁମ୍ଭ ପାଇଁ ବିମାନ ଭଡ଼ା ଆକାଶ ଛୁଆଁ; ଜାଣନ୍ତୁ ଭୁବନେଶ୍ବରରୁ ରେଟ୍ କେତେ ?

ପ୍ରୟାଗରାଜ ମହାକୁମ୍ଭ ପାଇଁ ବିମାନ ଭଡ଼ା ଆକାଶ ଛୁଆଁ ହେବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବୈଠକ । ଏୟାରଲାଇନ୍ସ ମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ।

ଆସନ୍ତା ୨୯ରେ ଅମୃତ ସ୍ନାନ ଥିବା ବେଳେ ପ୍ରୟାଗରାଜ ଯିବା ପାଇଁ ବିମାନ ଯାତ୍ରୀଙ୍କ ସଂଖ୍ୟା ଅଧିକ ହେଉଥିବାରୁ ଅଚାନକ ବିଭିନ୍ନ ଏୟାର ଲାଇନ୍ସ ପକ୍ଷରୁ ଯାତ୍ରୀ ଭଡା ବହୁ ଗୁଣା ବଢ଼ାଇ ଦିଆଯାଇଛି ।

Mahakumbh Mela Ticket Price

ଚେନ୍ନାଇରୁ ପ୍ରୟାଗରାଜ ଟିକଟ ଦାମ ୫୩ ହଜାର ହୋଇଥିବା ବେଳେ ହାଇଦ୍ରାବାଦ, ମୁମ୍ବାଇ, ଦିଲ୍ଲୀରୁ ୪୭ ହଜାର ୫ଶହ ଓ ବେଙ୍ଗଳୁରୁରୁ ପ୍ରୟାଗରାଜକୁ ବିମାନ ଭଡ଼ା ୫୧ ହଜାର ଟଙ୍କା ରଖିଛନ୍ତି ବିଭିନ୍ନ ଏୟାର ଲାଇନ୍ସ । ପ୍ରୟାଗରାଜକୁ ପ୍ରାୟ ସମସ୍ତ ଟିକଟ ବୁକ ହୋଇଯାଇଥିବା ବେଳେ ବଳକା ଥିବା ଟିକଟ ଦର ଆକାଶ ଛୁଆଁ ହୋଇଛି । ସେମିତି ଭୁବନେଶ୍ବରରୁ ପ୍ରୟାଗରାଜକୁ ବିମାନ ଭଡ଼ା ୪୧,୫୦୦ ଟଙ୍କା ରହିଛି।

ଦେଶର ବିଭିନ୍ନ ସ୍ଥାନରୁ ପ୍ରୟାଗରାଜକୁ ୮୧ଟି ଅଧିକ ବିମାନ ଚଳାଚଳ ପାଇଁ ଅନୁମତି ଦେଇଥିଲେ DGCA। ଏବେ ଦିନକକୁ ପ୍ରୟାଗରାଜକୁ ୧୩୨ଟି ବିମାନ ଚଳାଚଳ କରୁଛି । ତଥାପି ଯାତ୍ରୀଙ୍କ ଚାହିଦା ଅଧିକ ଥିବାକୁ ଏୟାରଲାଇନ୍ସ କଂପାନି ମାନେ ଭଡ଼ା ଅହେତୁକ ଭାବେ ବଢ଼ାଇଛନ୍ତି । ଆସନ୍ତା ୨୯ରେ ଅମୃତ ସ୍ନାନ, ଫେବ୍ରୁଆରୀ ୩ରେ ବସନ୍ତ ପଞ୍ଚମୀ, ଫେବ୍ରୁଆରୀ ୧୨ରେ ମାଘ ପୂର୍ଣ୍ଣିମା ଓ ଫେବ୍ରୁଆରୀ ୨୬ରେ ମହାଶିବରାତ୍ରୀ ପଡ଼ୁଥିବାରୁ ପ୍ରୟାଗରାଜରେ ଭକ୍ତଙ୍କ ଭିଡ଼ ବଢ଼ିବ । ଏଥିବା ପାଇଁ ବିମାନ ଭଡ଼ା ଅହେତୁକ ବୃଦ୍ଧି ହେଉଥିବା କୁହାଯାଉଛି ।

ହିନ୍ଦୁ ଧର୍ମର ଅନୁସାରେ ଏକ ମହାମେଳା ବା ମହାପର୍ବ ହେଉଛି ମହାକୁମ୍ଭ ମେଳା । ଏହା ଭାରତର ତ୍ରିବେଣୀ ସଙ୍ଗମ ଅର୍ଥାତ୍ ପବିତ୍ର ଗଙ୍ଗା ,ଯମୁନା ଏବଂ ପୁରାଣ ବର୍ଣ୍ଣିତ ସରସ୍ବତୀ ନଦୀର ମିଳନ ସ୍ଥଳିରେ ପ୍ରତି ୧୨ ବର୍ଷରେ ଥରେ ଏହି କୁମ୍ଭ ମେଳା ଆୟୋଜିତ ହୁଏ । ସନାତନ ଧର୍ମରେ ମହାକୁମ୍ଭ ମେଳାର ମହତ୍ତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଧାର୍ମିକ ପର୍ବ ଚଳିତ ବର୍ଷ ୧୩ ଜାନୁଆରୀରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଥିଲା । ମହାକୁମ୍ଭ ୪୫ ଦିନ ଧରି ଅର୍ଥାତ ଫେବ୍ରୁଆରୀ ୨୬ ପର୍ଯ୍ୟନ୍ତ ଚାଲିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+