Get Updates
Get notified of breaking news, exclusive insights, and must-see stories!

Mahakumbh Mela 2025: କୁମ୍ଭ ପରେ କୁଆଡେ ଚାଲିଯାଇଥାଆନ୍ତି ନାଗା ସାଧୁ ?

ଚାଲିଛି ମହାକୁମ୍ଭ । ଦେଶରେ ଭକ୍ତିର ଆସର । ଦେଶର କୋଣ ଅନୁକୋଣରୁ ନାଗା ସାଧୁ ଆସି ମହାକୁମ୍ଭ ମେଳାରେ ପହଞ୍ଚୁଛନ୍ତି । ନିର୍ବସ୍ତ୍ର ଅବତାର ଏବଂ ଶରୀରରେ ଭସ୍ମ ଏବଂ ଲମ୍ବା ଜଟା ଯୋଗୁଁ ଭିଡ ମଧ୍ୟରେ ଭିନ୍ନ ଲାଗିଥାଆନ୍ତି ନାଗା ସାଧୁ । ତେଣୁ କୁମ୍ଭ ମେଳାର ମୁଖ୍ୟ ଆକର୍ଷଣ ର କେନ୍ଦ୍ରବିନ୍ଦୁ ସାଜିଛନ୍ତି ନାଗା । କୁମ୍ଭ ମେଳା ସରିବା ପରେ ଏମାନଙ୍କୁ ଆଉ ଦେଖିବାକୁ ମିଳିନଥାଏ ।

କୁମ୍ଭରେ ଅଧିକାଂଶ ନାଗା ସାଧୁ ଦୁଇ ବିଶେଷ ଆଖାଡାରୁ ଆସିଥାନ୍ତି । ଗୋଟିଏ ହେଉଛି ବାରଣାସୀର ମହାପରିନିର୍ବାଣ ଏବଂ ଦ୍ବିତୀୟଟି ହେଉଛି ପଞ୍ଚ ଦଶନାମ ଜୁନା ଆଖାଡା । ଏହି ଦୁଇ ଆଖାଡାର ନାଗା ସାଧୁ କୁମ୍ଭ ମେଳାରେ ଯୋଗ ଦେଇଥାଆନ୍ତି ।

ହାତରେ ତ୍ରୀଶୁଳ, ଶରୀରରେ ଭସ୍ମ, ରୁଦ୍ରାକ୍ଷର ମାଳ ଆଉ କେବେ କେବେ ପଶୁଙ୍କର ଛାଲକୁ ଦେହରେ ଗୁଡାଇ ହୋଇଥାଆନ୍ତି । କୁମ୍ଭର ପ୍ରଥମ ଶାହି ସ୍ନାନ ନାଗା ସାଧୁ କରିଥାଆନ୍ତି । ଏହାପରେ ଅନ୍ୟ ଶ୍ରଦ୍ଧାଳୁଙ୍କୁ କୁମ୍ଭ ସ୍ନାନ କରିବାକୁ ଅନୁମତି ମିଳିଥାଏ । ନାଗା ସାଧୁ ଅନ୍ୟ ଦିନରେ ଦିଗମ୍ବର ସ୍ବରୂପ ଅର୍ଥାତ ନିର୍ବସ୍ତ୍ର ରୁହନ୍ତି ନାହିଁ । ସମାଜରେ ଦିଗମ୍ବର ସ୍ବରୂପ ଗ୍ରହଣୀୟ ନୁହେଁ ସେଥିପାଇଁ କୁମ୍ଭ ପରେ ଗାମୁଛା ପିନ୍ଧି ଆଶ୍ରମରେ ନିବାସ କରିଥାଆନ୍ତି ।

Mahakumbh Mela 2025

କୁମ୍ଭ ସମାପ୍ତ ପରେ ନାଗା ସାଧୁ ନିଜ ନିଜ ଆଖାଡାକୁ ଫେରିଆସିଥାନ୍ତି । ଏହି ଆଖାଡାରେ ନାଗା ସାଧୁ ଧ୍ୟାନ ଏବଂ ସାଧନା କରିଥାଆନ୍ତି । ଏଥିସହିତ ଧାର୍ମୀକ ଶିକ୍ଷା ମଧ୍ୟ ଦେଇଥାଆନ୍ତି । ବହୁତ ନାଗା ସାଧୁ ହିମାଳୟରେ ତପସ୍ୟା କରିବାକୁ ଚାଲିଯାଇଥାଆନ୍ତି । ଏଠାରେ କଠୋର ତପ କରିଥାଆନ୍ତି । ଫଳ ଖାଇ ଜୀବନ ନିର୍ବାହ କରନ୍ତି । କୁମ୍ଭ ପରେ ତୀର୍ଥ ସ୍ଥଳମାନଙ୍କୁ ମଧ୍ୟ ଚାଲିଯାଇଥାଆନ୍ତି ନାଗା । ପ୍ରୟାଗରାଜ, ନାଶିକ, ହରିଦ୍ବାର ଏବଂ ଉଜୈନରେ ଏମାନଙ୍କର ବସତି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+