Get Updates
Get notified of breaking news, exclusive insights, and must-see stories!

Mahakumbh 2025: ମହାକୁମ୍ଭ ଇତିହାସରେ ବଡ଼ ଦୁର୍ଘଟଣା, ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ଚାଲିଯାଇଥିଲା ୫ ଶହ ଲୋକଙ୍କ ପ୍ରାଣ

Mahakumbh 2025 Mauni Amavasya: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ 2025 ସମୟରେ, ମୌନୀ ଅମାବାସ୍ୟାରେ 'ଦ୍ୱିତୀୟ ଅମୃତ ସ୍ନାନ' ଦିନ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିଲା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ 14 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି ।

ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ତେବେ ମହାକୁମ୍ଭ'ରେ 19 ଜାନୁଆରୀ 2025 ରେ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ମଧ୍ୟ ଘଟିଥିଲା । ଯେଉଁଥିରେ ପ୍ରାୟ 20ରୁ 25ଟି ତମ୍ବୁ ଜଳି ଯାଇଥିଲା ।

Mahakumbh 2025

ତେବେ ଏହା ପୂର୍ବରୁ ମଧ୍ୟ ମହାକୁମ୍ଭରେ ଏପରି ଦୁର୍ଘଟଣା ଘଟିଥିଲା । 1954 ମସିହାରେ ପ୍ରୟାଗରାଜ କୁମ୍ଭମେଳାରେ ଫେବୃଆରୀ 3 ତାରିଖ ମୌନୀ ଅମାବାସ୍ୟା ଦିନ, ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ପାଇଁ 40 ଲକ୍ଷରୁ ଅଧିକ ଭକ୍ତ ଏକାଠି ହୋଇଥିଲେ। ସେହିପରି ତତ୍କାଳିନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ବୁଡ଼ ପକାଇ ପାଇଁ ପହଞ୍ଚଥିଲେ ଯେଉଁଥି ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି କରାଯାଇଥିଲା ।

ହେଲେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ଆରମ୍ଭ ହୋଇଯାଇଥିଲା ଦଳାଚକଟା । ଏହି ଘଟଣାରେ 500 ଜଣଙ୍କର ମୃତ୍ୟୁ ହୋଇଥିଲା, କିନ୍ତୁ ଅଣ-ସରକାରୀ ସୂତ୍ର ଅନୁସାରେ ମୃତ୍ୟୁ ସଂଖ୍ୟା 800 ରୁ ଅଧିକ ବୋଲି ଚର୍ଚ୍ଚା ହେଉଥିଲା । ଏହି ଦୁଃଖଦ ଘଟଣା କୁମ୍ଭ ଇତିହାସରେ ସବୁଠାରୁ ଭୟଙ୍କର ଦୁର୍ଘଟଣା ମଧ୍ୟରୁ ଗୋଟିଏ ଥିଲା।

2013 କୁମ୍ଭମେଳା ସମୟରେ ମୌନୀ ଅମାବାସ୍ୟା ସ୍ନାନ ପରେ ପ୍ରୟାଗରାଜ ରେଳ ଷ୍ଟେସନରେ ଦଳାଚକଟା ହୋଇଥିଲା। ପ୍ରବଳ ଭିଡ଼ ଯୋଗୁଁ ପ୍ଲାଟଫର୍ମରେ 6 ଫୁଟ ଓଭରବ୍ରିଜର ରେଲିଂ ଭାଙ୍ଗି ଯାଇଥିଲା, ଯାହା ଫଳରେ 36 ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ।


ହିନ୍ଦୁ ଧର୍ମରେ ମୌନୀ ଅମାବାସ୍ୟାକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ଏହି ଦିନ ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ସଙ୍ଗମରେ ସ୍ନାନ କରିବା ଦ୍ୱାରା ଆତ୍ମା ​​ପବିତ୍ର ହୋଇଥାଏ ଏବଂ ପୂର୍ବପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ। ଏହି ଦିନ ଲକ୍ଷ ଲକ୍ଷ ଭକ୍ତ ପୁଣ୍ୟ ଅର୍ଜନ କରିବା ପାଇଁ ମହାକୁମ୍ଭକୁ ଆସନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+