Mahakumbh Mela 2025: ମୌନି ଅମାବାସ୍ୟାରେ ତୃତୀୟ ସାହି ସ୍ନାନ; ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବେ

ଜନସମୁଦ୍ର କୁମ୍ଭନଗରୀ ପ୍ରୟାଗରାଜ । ଆଜି (ବୁଧବାର) ମୌନି ଅମାବାସ୍ୟାରେ ତୃତୀୟ ସାହି ସ୍ନାନ ଥିବାରୁ ସଙ୍ଗମସ୍ଥଳରେ ପହଞ୍ଚିଲେଣି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ସାଧୁସନ୍ଥ ।

୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବେ । ଏଥି ପାଇଁ ପ୍ରୟାଗରାଜରେ ଅସମ୍ଭାଳ ଭିଡ଼ ଲାଗି ରହିଥିବାବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ୧୨ କିଲୋମିଟର ଲମ୍ବା ଘାଟ ନିର୍ମାଣ କରାଯାଇଛି । ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛନ୍ତି ସରକାର ।

ଜାନୁଆରୀ ୨୯ ତାରିଖରେ ମୌନି ଅମାବାସ୍ୟା ଅବସରରେ ତୃତୀୟ ସାହି ସ୍ନାନ..ଆଉ ଏହି ସାହି ସ୍ନାନ ପାଇଁ ପ୍ରୟାଗରାଜର ସଙ୍ଗମସ୍ଥଳରେ ଗହଳି । ଦେଶର କୋଣ ଅନୁକୋଣରୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ତୃତୀୟ ସାହି ସ୍ନାନ ବା ମୌନି ଅମାବାସ୍ୟା ଅବସରରେ ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବେ । ଏଥି ସହ ଲକ୍ଷ ଲକ୍ଷ ସାଧୁସନ୍ଥଙ୍କ ଭିଡ଼ ଲାଗିଛି ।

ସାଧୁସନ୍ଥଙ୍କ ପାଇଁ ମହାକୁମ୍ଭ ଆଧ୍ୟାତ୍ମିକତାର ଏଭଳି ଏକ ଉତ୍ସବ, ଯେଉଁଠାରେ ଅଲଗା ଅଲଗା ସଂସ୍କୃତିର ବି ସଂଗମ ହୋଇଥାଏ । ବିଭିନ୍ନ ଆଖଡ଼ା ପରିଷଦର ଶିବିରରେ ଭକ୍ତଙ୍କ ଭିଡ଼ ଲାଗୁଥିବାବେଳେ ମନ୍ଦିରରେ ପୂଜାର୍ଚ୍ଚନା ଜାରି ରହିଛି । ବିଶ୍ବାସ ରହିଛି, ମହାକୁମ୍ଭରେ ସ୍ନାନ କଲେ ଜୀବନବ୍ୟାପୀ ହୋଇଥିବା ପାପରୁ ମୁକ୍ତି ମିଳିଥାଏ । କୁମ୍ଭ ସମୟରେ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ଦ୍ବାରା ନକାରାତ୍ମକ କର୍ମ ଦୂର ହୁଏ ଏବଂ ଆତ୍ମା ​​ଶୁଦ୍ଧ ହୁଏ । ଯାହା ଆଧ୍ୟାତ୍ମିକତାର ପଥ ଅନୁସରଣ କରିବାରେ ସାହାଯ୍ୟ କରେ । କୁମ୍ଭମେଳା ଅନେକ ପ୍ରାଚୀନ ପରମ୍ପରାରେ ପରିପୂର୍ଣ୍ଣ । ଯାହା ପିଢ଼ି ପରେ ପିଢ଼ି ଚାଲିଆସିଛି ।

Mahakumbh Mela 2025

କୁମ୍ଭ ମେଳାରେ ଦେଶ ଓ ବିଦେଶରୁ ସାଧୁ, ସନ୍ଥ ଏବଂ ଆଧ୍ୟାତ୍ମିକ ଧର୍ମ ଗୁରୁମାନେ ଏକତ୍ରିତ ହୋଇଛନ୍ତି । ମହାକୁମ୍ଭ ମେଳା ହେଉଛି ସାମୂହିକ ବିଶ୍ବାସର ଏକ ଉତ୍ସବ । ଲକ୍ଷ ଲକ୍ଷ ଭକ୍ତଙ୍କ ସହିତ ପବିତ୍ର ସ୍ନାନ କରିବାର କାର୍ଯ୍ୟ ଏକତାର ଭାବନାକୁ ପ୍ରୋତ୍ସାହିତ କରିଥାଏ ।

ଯାହା ବିଶ୍ବାସ ଏବଂ ଭକ୍ତିର ଶକ୍ତିକୁ ପ୍ରଦର୍ଶନ କରିଥାଏ । ଏଥି ପାଇଁ ତ କେବଳ ସାଧୁ ସନ୍ଥ ବା ଶ୍ରଦ୍ଧାଳୁ ନୁହଁନ୍ତି ବଡ଼ ବଡ଼ ନେତା ମଧ୍ୟ ସଙ୍ଗମରେ ବୁଡ଼ ପକାଇଛନ୍ତି । ତୃତୀୟ ସାହି ସ୍ନାନ ପାଇଁ ହୋଇଛି ସ୍ବତନ୍ତ୍ର ପ୍ରସ୍ତୁତି । ପୂରା ମେଳା ପାଇଁ ସ୍ଥାନୀୟ ଅଞ୍ଚଳରେ ନୋ-ଭେଇକିଲ୍ ଜୋନ୍ ଘୋଷଣା କରାଯାଇଛି । ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଅନେକ ସ୍ଥାନରେ ବ୍ୟାରିକେଡ କରାଯାଇଛି । ୧୩୭ଟି ସ୍ଥାନରେ ପାର୍କିଂ ସ୍ଥାନ ହୋଇଥିବାବେଳେ ଅମୃତ ସ୍ନାନ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ୧୦ କୋଟି ଶ୍ରଦ୍ଧାଳୁଙ୍କ ପାଇଁ ୧୨ କିଲୋମିଟର ଲମ୍ବା ଘାଟ ନିର୍ମାଣ କରାଯାଇଛି । ସେହିଭଳି ସ୍ବତନ୍ତ୍ର ଟ୍ରେନର ମଧ୍ୟ ବ୍ୟବସ୍ଥା ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+