Mahakumbh Mela 2025: ପୁଣି ଫେରିଲେ ଆଇଆଇଟି ବାବାଙ୍କ ଏକ୍ସ ପ୍ରେମିକା, ବାବା କହିଲେ ଏମିତି
ମହାକୁମ୍ଭରେ ଆଇଆଇଟି ବାବା ଭାଇରାଲ ହୋଇଛନ୍ତି । ଆଇଆଇଟି ବମ୍ବେରୁ ବାବା ସାଜିଥିବା ଅଭୟ । ଏବେ ସବୁଠି ଚର୍ଚ୍ଚାର ବିଷୟ । ଆଇଆଇଟି ବମ୍ବେରୁ ଏରୋସ୍ପେସ ଇଞ୍ଜିନିୟରିଂରେ ପାଠ ପଢିଛନ୍ତି କିନ୍ତୁ ଏବେ ଆଧ୍ୟାତ୍ମିକ ମାର୍ଗକୁ ଆସି ବାବା ସାଜିଛନ୍ତି ।
ହରିୟାଣାରୁ ଆସିଥିବା ଏଇ ଆଆଇଟିଆନ ବାବା ଏକ ସାକ୍ଷାତକାରରେ ନିଜ ଯୌବନରୁ ଏବେଯାଏ ସବୁରି କଥାକୁ ଟିକନିଖ କରି କହୁଛନ୍ତି । ଏମିତିକି ଏଇ ଇଣ୍ଟରଭ୍ୟୁରେ ପ୍ରେମକୁ ନେଇ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା , ଯେଉଁଥିରେ ସେ କହିଥିଲେ ୪ ବର୍ଷ ଧରି ସେ ଜଣେ ଯୁବତୀଙ୍କ ସହ ରିଲେସନଶିପ ରେ ଥିଲେ । କିନ୍ତୁ ପରେ ତାଙ୍କର ବ୍ରେକଅପ ହୋଇଯାଇଥିଲା ।

ଆଇଆଇଟିଆନ ବାବାଙ୍କ କହିବାନୁସାରେ , ପିଲାଟି ବେଳୁ ତାଙ୍କ ପରିବାରରେ ପିତା,ମାତାଙ୍କ ଭିତରେ ଝଗଡା ହେଉଥିଲା ଯାହାର ପ୍ରଭାବ ତାଙ୍କ ପାଠପଢା ଉପରେ ମଧ୍ୟ ପଢୁଥିଲା। ସେ ଏହାକୁ ନେଇ ଏକ ଫିଲ୍ମ ମଧ୍ୟ ପ୍ରସ୍ତୁତ କରିଥିଲେ । ଫିଲ୍ମ ପରେ ସେ କିଛି ସମୟ ପାଇଁ ଟ୍ରୋମାକୁ ଚାଲିଯାଇଥିଲେ । ଯାହାପରେ ତାଙ୍କୁ କିଛି ଅନୁଭବ ହେବା ହିଁ ବନ୍ଦ ହୋଇଗଲା । ବିବାହ , ପରିବାର , ସନ୍ତାନ ଉପରୁ ଅଭୟଙ୍କ ଯେମିତି ମୋହ ଉଠିଗଲା । ସେ ଏକଥାକୁ ନିଜ ପ୍ରେମିକାଙ୍କୁ ଜଣାଇଲେ ଏବଂ ଦୁଇଜଣଙ୍କ ମ୍ୟୁଚୁଆଲ ଅଣ୍ଡରଷ୍ଟାଣ୍ଡିଙ୍ଗରେ ବ୍ରେକଅପ ହେଲା ।
ଯେତେବେଳେ ବାବାଙ୍କୁ ପଚରାଗଲା ଯେ ସେ କାହିଁକି ଇଞ୍ଜିଂନିୟରିଂ ପାଠପଢା ଛାଡିଲେ ଏହାର ଉତ୍ତରରେ ସେ କହିଲେ , 'ମୁଁ ପ୍ରଥମେ ଆଇଆଇଟିରେ ଆଡମିଶନ ନେଲି , ଇଞ୍ଜିଂନିୟରିଂ ପାଠ ପଢିଲି , ଇଞ୍ଜିଂନିୟରିଂରୁ ଆର୍ଟ ପ୍ରତି ଆଗ୍ରହ ବଢିଲା କିନ୍ତୁ ଆର୍ଟ ବି ମତେ ବେଶି ଦିନ ବାନ୍ଧି ରଖିପାରିଲାନାହିଁ । ଲଗାତାର ମତେ କିଛି ନୂଆ ଦିଗ ଆଡକୁ ଯିବାକୁ ବାଧ୍ୟ କଲା ଏବଂ ଶେଷରେ ମୁଁ ଆଧ୍ୟାତ୍ମିକ ମାର୍ଗରେ ପାଦ ଦେଲି ଏବଂ ସତ ସହ ସାମ୍ନା କଲି ।
ତେବେ ପ୍ରେମିକାଙ୍କ ବିଷୟରେ ସେ ଆହୁରି ବି କହିଛନ୍ତି ଯେ, ତାଙ୍କ ପ୍ରେମିକା ପୁଣିଥରେ ତାଙ୍କ ପାଖକୁ ଫେରିବାକୁ ଚାହୁଁଛନ୍ତି । ପୁଣିଥରେ ପ୍ୟାଚଅପ୍ କରିବାକୁ ଚାହୁଛନ୍ତି । କିନ୍ତୁ ସେ ଉତ୍ତରରେ କହିଥିଲେ, ଯାହା ଇଛା ସେୟା କର। କିନ୍ତୁ ମୋତେ ପାର୍ବତୀ ଦରକାର। ପ୍ରେମିକାଙ୍କୁ ସେ ସାଧନା କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଭଗବାନଙ୍କ ଦର୍ଶନ କର। ଏସବୁ କରିବା ପରେ ହିଁ ମୋ ପାଖକୁ ଫେରି ଆସିବ।
ଆଇଆଇଟି ବାବା ଆହୁରି କହିଛନ୍ତି, କାନାଡାରେ ମୁଁ ମାସକୁ ୩ଲକ୍ଷ ଟଙ୍କା ରୋଜଗାର କରୁଥିଲି। ସେହି ଚାକିରିକୁ ମୁଁ ୨୦୧୯ରେ ଛାଡିଦେଲି। ଶେଷରେ ମୁଁ ଆଧ୍ୟାତ୍ମିକ ମାର୍ଗରେ ପାଦ ଦେଲି ଏବଂ ବାବା ହୋଇଗଲି।












Click it and Unblock the Notifications