Get Updates
Get notified of breaking news, exclusive insights, and must-see stories!

Mahakumbh Mela 2025: ଆଜି ଅମୃତ ସ୍ନାନ: ପ୍ରୟାଗରାଜରେ ହାଇଆଲର୍ଟ

ମହାକୁମ୍ଭରେ ସୋମବାର ବସନ୍ତ ପଞ୍ଚମୀ ଅମୃତ ସ୍ନାନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ସମଗ୍ର ବ୍ୟବସ୍ଥା ତ୍ରୁଟିଶୂନ୍ୟ କରିବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରବିବାର ସୁଦ୍ଧା ମହାକୁମ୍ଭରେ ୩୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି, ଯାହା ଏହାକୁ ବିଶ୍ୱର ସର୍ବବୃହତ ଧାର୍ମିକ ସମାବେଶ ଭାବରେ ପରିଗଣିତ କରିଛି।

ସୋମବାର ଅମୃତ ସ୍ନାନ କାର୍ଯ୍ୟକ୍ରମ ପାଇଁ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି, ଯାହାକୁ ଭକ୍ତମାନେ ପ୍ରଶଂସା କରିଛନ୍ତି। ତୀର୍ଥଯାତ୍ରୀମାନଙ୍କୁ ସୁରୁଖୁରୁରେ ସ୍ନାନ କରାଇବା ଏବଂ ସୁରକ୍ଷିତ ଅନୁଭୂତି ସୁନିଶ୍ଚିତ କରିବା ପାଇଁ ସରକାର ସବୁ ଶକ୍ତି ଖଟାଇଥିବା ଦେଖିବାକୁ ମିଳିଛି ।

Mahakumbh Mela 2025

୩୫ କୋଟି ଶ୍ରଦ୍ଧାଳୁ ସ୍ନାନ କଲେଣି

ମୌନି ଅମାବାସ୍ୟା ଅବସରରେ ପବିତ୍ର ସ୍ନାନ ପାଇଁ ଏକାଠି ହୋଇଥିବା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଯୋଗୁଁ ଗତ ବୁଧବାର ଦଳାଚକଟାରେ ସଙ୍ଗମରେ ଅତି କମ୍‌ରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଥିଲେ । ଏଭଳି ପରିସ୍ଥିତି ଏଡ଼ାଇବା ପାଇଁ ଉପଯୁକ୍ତ ବ୍ୟାରିକେଡ, ଆଲୋକ ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ ପାଇଁ ଅଧିକ ସୁରକ୍ଷା କର୍ମୀ ମୁତୟନ କରାଯାଇଛି। ପୁଲିସ ହାଇଆଲର୍ଟରେ ରହିଛି । ଉତ୍ତମ ଯୋଗାଯୋଗ ପାଇଁ ସାଟେଲାଇଟ୍ ଫୋନ୍ ବ୍ୟବହାର କରାଯିବା ସହ ସମ୍ବେଦନଶୀଳ ସ୍ଥାନରେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଗତ ବୁଧବାର ଘଟିଥିବା ଦଳାଚକଟା ପଛରେ କୌଣସି ଯୋଜନାବଦ୍ଧ ଷଡ଼୍‌ଯନ୍ତ୍ର ଥିବା ସନ୍ଦେହ କରାଯାଉଛି। ଘଟଣାର ତଦନ୍ତ କରୁଥିବା ଅଧିକାରୀମାନେ ଏଭଳି ଷଡ଼୍‌ଯନ୍ତ୍ର ଦିଗକୁ ନେଇ ମଧ୍ୟ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ସୂଚନାଯୋଗ୍ୟ, ମୌନି ଅମାବାସ୍ୟାରେ ଦଳାଚକଟା ଯୋଗୁଁ ୩୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଘଟଣା ଦିନ ସଙ୍ଗମ ଅଞ୍ଚଳରେ ସକ୍ରିୟ ଥିବା କୁହାଯାଉଥିବା ୧୬ ହଜାରରୁ ଅଧିକ ମୋବାଇଲ ନମ୍ବରର ତଥ୍ୟ ବିଶ୍ଳେଷଣ କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+