Mahakumbh 2025: ମହାକୁମ୍ଭ ମେଳାକୁ ଗଲେ କଣ କଣ ଆଣିବେ ?

୨୦୨୫ ମସିହାରେ ମହାକୁମ୍ଭ ମେଳା ପ୍ରୟାଗରାଜରେ ଆୟୋଜିତ ହେବ । ଯାହା ବହୁତ ଭବ୍ୟ ହେବାକୁ ଯାଉଛି। ୨୦୨୫ ଜାନୁଆରୀ ୧୩ ରୁ ପ୍ରୟାଗରାଜରେ ଆରମ୍ଭ ହେବ ଓ ଏହା ୨୬ ଫେବୃଆରୀରେ ସମାପନ ହେବ । ପ୍ରୟାଗରେ ମହାକୁମ୍ଭ ସମୟରେ ସାଧୁସନ୍ଥ, ନାଗା ସାଧୁ ଓ ମହାନ ବ୍ୟକ୍ତିତ୍ୱଙ୍କ ସମାବେଶ ହେବ ।

ତେବେ ଜ୍ୟୋତିଷ ଶାସ୍ତ୍ରରେ, ମହାକୁମ୍ଭରୁ ଫେରିବାବେଳେ କେଉଁ ଜିନିଷ ଘରକୁ ଆଣିବା ଉଚିତ୍ , ଯାହା ଆପଣ ଘର ପାଇଁ ଶୁଭ ଓ ମଙ୍ଗଳମୟ ହୋଇଥାଏ ଆସନ୍ତୁ ଜାଣିବା ସେହି ଜିନିଷଗୁଡ଼ିକ କ'ଣ ..

ମହାକୁମ୍ଭରୁ ଘରକୁ ଫେରୁଥିବା ସମୟରେ ଏହି ପାଣି ଆଣନ୍ତୁ

ଯଦି ମହାକୁମ୍ଭ ଯାଉଛନ୍ତି ତେବେ ସଙ୍ଗମ ଘାଟରେ ଗାଧୋଇବା ପରେ ନିଶ୍ଚିତ ଭାବରେ ନିଜ ସହ ନଦୀ ଜଳ ନେଇକି ଆସନ୍ତୁ । ଘରେ ତ୍ରିବେଣୀ ଜଳ ଆଣିବା ଶୁଭଦାୟକ ଅଟେ ଏବଂ ସମସ୍ତ ନକାରାତ୍ମକ ଶକ୍ତି ଦୂର କରିଥାଏ | ପ୍ରୟାଗ ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ଏକ ମିଳନ ସ୍ଥଳ ଅଟେ ।

Mahakumbh 2025

ଘରକୁ ମାଟି ଆଣନ୍ତୁ

ଯଦି ଆପଣ ମହାକୁମ୍ଭକୁ ଯାଉଛନ୍ତି, ତେବେ ନିଶ୍ଚିତ ଭାବରେ ସେଠାରୁ ସଙ୍ଗମ ଘାଟର ମାଟି ଆଣନ୍ତୁ | କାରଣ ପ୍ରୟାଗରାଜରେ କିଛି ବୁନ୍ଦା ଅମୃତ ପଡିଯାଇଥିଲା। ଫଳରେ, ସେଠାକାର ମାଟି କୌଣସି ଦିବ୍ୟ ମାଟିରୁ କମ୍ ନୁହେଁ । ପ୍ରୟାଗରୁ ମାଟି ଆଣିବା ଦ୍ୱାରା ଗ୍ରହଦୋଷ ଦୂର ହୋଇଥାଏ ।

ମହାକୁମ୍ଭର ଶୁଦ୍ଧ ଭୋଗ

ମହାକୁମ୍ଭରେ ପ୍ରତ୍ୟେକ ମନ୍ଦିରରେ ସ୍ୱତନ୍ତ୍ର ନୈବେଦ୍ୟ ଅର୍ପଣ କରାଯାଏ |ଏପରି ସ୍ଥିତିରେ,ଯଦି ଆପଣ ମନ୍ଦିରରେ ନିର୍ମିତ ସ୍ୱତନ୍ତ୍ର ନୈବେଦ୍ୟ ଘରକୁ ଆଣୁଛନ୍ତି ତାହା ଅତିଶୁଭ ମନେକରାଯାଏ । ଏହି ଭୋଗ ଦିବ୍ୟ ଭୋଗ ଅଟେ ।

ମହାକୁମ୍ଭର ପବିତ୍ର ଫୁଲ

ଯଦି ମହାକୁମ୍ଭ ଯାଆନ୍ତି , ତେବେ ଆପଣଙ୍କୁ ମନ୍ଦିର, ପବିତ୍ର ନଦୀ କିମ୍ବା ସାଧୁମାନଙ୍କଠାରୁ ଯାହା ଫୁଲ ମିଳିବ, ନିଶ୍ଚୟ ଘରକୁ ଆଣନ୍ତୁ | ଏହା କରିବା ଦ୍ୱାରା ଘରରସମସ୍ୟା ଦୂର ହୋଇଯାଏ ଏବଂ ପାରିବାରିକ ଶାନ୍ତି ବଜାୟ ରହିଥାଏ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+