Mahakumbh 2025: ଆସନ୍ତାକାଲି ମହାକୁମ୍ଭ ୨୦୨୫କୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
Mahakumbh 2025: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଉତ୍ତର ପ୍ରଦେଶର ସଂଗମ ନଗରୀ ପ୍ରୟାଗରାଜ ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆସନ୍ତା ଜାନୁଆରୀ ୧୩ ତାରିଖ ଦିନ ଆରମ୍ଭ ହେଉଥିବା ମହାକୁମ୍ଭ ୨୦୨୫କୁ ଆନୁଷ୍ଠାନିକ ଭାବେ ଆସନ୍ତାକାଲି ଉଦ୍ଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ୭ ହଜାର କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ମହାକୁମ୍ଭ ପ୍ରକଳ୍ପର ଲୋକାର୍ପଣ କରିବେ ।
ଏହି ପ୍ରକଳ୍ପ ଅଧୀନରେ ରେଳ, ସଡ଼କ ତଥା ୧୦ଟି ନୂତନ ଫ୍ଲାଏ ଓଭର, ସ୍ଥାୟୀ ନଦୀଘାଟ, ନଦୀ ସମ୍ମୁଖ ରାସ୍ତା ପ୍ରଭୃତିର ଲୋକାର୍ପଣ କରିବେ । ପ୍ରୟାଗରାଜକୁ ଯାଉଥିବା ଶ୍ରଦ୍ଧାଳୁମାନଙ୍କ ଗମନାଗମନର ସରଳ ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ଏହି ଭିତ୍ତିଭୂମିର ଉଦ୍ଘାଟନ କରିବେ । ଏହି ଅବସରରେ ମଧ୍ୟ ଶ୍ରୀ ମୋଦୀ ବିଭିନ୍ନ ମନ୍ଦିରର କରିଡ଼ର, ଭରଦ୍ୱାଜ ଆଶ୍ରମ କରିଡ଼ର, ଶ୍ରୀଙ୍ଗ୍ଭେରପୁର ଧାମ୍ କରିଡ଼ର, ଅକ୍ଷୟବଟ କରିଡ଼ର, ହନୁମାନ ବନ୍ଦିର କରିଡ଼ରର ଲୋକାର୍ପଣ କରିବେ ।

ତ୍ରିବେଣୀ ସଂଗମ ଠାରେ ପ୍ରଧାନମନ୍ତ୍ରୀ ତିନି ଘଣ୍ଟା ରହି ଜଳ ଅର୍ପଣ କରିବା ସହ ଅକ୍ଷୟବଟ ଏବଂ ପ୍ରଭୁ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଗଙ୍ଗାପୂଜନ ଏବଂ ଆରତୀ କରିବାର କାର୍ଯ୍ୟସୂଚୀ ରହିଛି । ପରେ ସେ କୁମ୍ଭମେଳା ଅଞ୍ଚଳରେ ଏକ ଜନସମାବେଶକୁ ସମ୍ବୋଧନ କରିବେ












Click it and Unblock the Notifications