Get Updates
Get notified of breaking news, exclusive insights, and must-see stories!

ମହାକୁମ୍ଭ 2025: ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛି ଭାରତୀୟ ରେଳବାଇ

ପ୍ରବଳ ଭିଡ଼ ସତ୍ତ୍ୱେ, ଭାରତୀୟ ରେଳବାଇ ଭକ୍ତମାନଙ୍କୁ ପରିବହନ ସେବା ଦେବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛି । ପ୍ରୟାଗରାଜ ମହାକୁମ୍ଭ ସମୟରେ ଭକ୍ତମାନଙ୍କୁ ଆଣିବା ଏବଂ ସେମାନଙ୍କୁ ଘରକୁ ଫେରାଇ ନେବା ଲାଗି ରେଳବାଇ ସବୁ ପ୍ରକାର ପଦକ୍ଷେପ ନେଉଛି। ଗୋଟିଏ ଦିନ ପୂର୍ବରୁ ଏକ ଭୁଲ ଗଣମାଧ୍ୟମ ରିପୋର୍ଟ ଉପରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିକ୍ରିୟା ରଖିଛନ୍ତି । ଗଣମାଧ୍ୟମ ଜରିଆରେ ସେ ଦେଶବାସୀକୁ ସୂଚନା ଦେଇ କହିଛନ୍ତି ଯେ ପ୍ରୟାଗରାଜ ଅଞ୍ଚଳର ଆଠଟି ଭିନ୍ନ ଭିନ୍ନ ଷ୍ଟେସନରୁ ପ୍ରାୟ 330 ଟ୍ରେନ୍ 12 ଲକ୍ଷ 50 ହଜାର ଯାତ୍ରୀଙ୍କୁ ନିଜ ଘରକୁ ଫେରାଇ ନେଇଛି । ଭିଡ଼ କମୁନଥିବା ସତ୍ତ୍ୱେ, ଭାରତୀୟ ରେଳବାଇ ଏହି ଷ୍ଟେସନଗୁଡ଼ିକରୁ ମାତ୍ର 4 ମିନିଟରୁ ଅଧିକ ସମୟ ମଧ୍ୟରେ ଗୋଟିଏ ଲେଖାଏଁ ଟ୍ରେନ୍ ଚଳାଇ ଏହା ସୁନିଶ୍ଚିତ କରୁଛି ଯେ, ଭକ୍ତମାନଙ୍କୁ ଯେପରି ସେମାନଙ୍କର ପବିତ୍ର ସ୍ନାନ ପରେ ଅପେକ୍ଷା କରିବାକୁ ପଡିବ ନାହିଁ।

ମାଘୀ ପୂର୍ଣ୍ଣିମାର ପରବର୍ତ୍ତୀ ପବିତ୍ର ଅମୃତ ସ୍ନାନ ପୂର୍ବରୁ, ଏହି ଟ୍ରେନଗୁଡ଼ିକର ଗୋଟିଏ ରେକ୍ ହାରାହାରି 3780 ଜଣ ଯାତ୍ରୀଙ୍କୁ ଗୋଟିଏ ଟ୍ରିପରେ ସେବା ଯୋଗାଉଛି । ଏଥିରୁ ଭିଡ଼ ହ୍ରାସ ପାଉନଥିବା ସ୍ପଷ୍ଟ ହୋଇଛି । କ୍ଷେତ୍ରୀୟ ଏବଂ ଡିଭିଜନାଲ ରେଳ ଅଧିକାରୀମାନଙ୍କ ସହ ଏକ ବୈଠକରେ ପରିସ୍ଥିତିର ସମୀକ୍ଷା କରି ରେଳବାଇ ବୋର୍ଡର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ସତୀଶ କୁମାର ରେଳବାଇ ଅଧିକାରୀମାନଙ୍କୁ ଦକ୍ଷତାର ସହ ଏବଂ ପୂର୍ଣ୍ଣ କ୍ଷମତାରେ ଜନସାଧାରଣଙ୍କୁ ସେବା ପ୍ରଦାନ କରିବା ଲାଗି କରାଯାଇଥିବା ସମସ୍ତ ପ୍ରୟାସ ବିଷୟରେ ଗଣମାଧ୍ୟମକୁ ସୂଚନା ଦେବାକୁ କହିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ପ୍ରୟାଗରାଜ ଜଙ୍କସନ ସହିତ ଅନ୍ୟ 7ଟି ଷ୍ଟେସନ ଯଥା ପ୍ରୟାଗରାଜ ଛେଓକି, ନୈନି, ସୁବେଦାରଗଞ୍ଜ, ପ୍ରୟାଗ, ଫାଫାମାଉ, ପ୍ରୟାଗରାଜ ରାମବାଗ ଏବଂ ଝୁସି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ରହିଛି। କ୍ରମାଗତ ଭିଡ଼ ସତ୍ତ୍ୱେ, ପ୍ରୟାଗରାଜ ଅଞ୍ଚଳରୁ ଏହି 8ଟି ଷ୍ଟେସନରୁ ସ୍ୱତନ୍ତ୍ର ଏବଂ ନିୟମିତ ଟ୍ରେନ୍ ପୂର୍ଣ୍ଣ କ୍ଷମତାରେ ଚାଲୁଛି। ଯେକୌଣସି ଅମୃତ ସ୍ନାନର ଦୁଇ ଦିନ ପୂର୍ବରୁ ଏବଂ ଦୁଇ ଦିନ ପରେ କେବଳ ଗୋଟିଏ ଷ୍ଟେସନ, ପ୍ରୟାଗରାଜ ସଙ୍ଗମକୁ ବନ୍ଦ କରିବା ଏକ ନିୟମିତ ଅଭ୍ୟାସ ବୋଲି ଶ୍ରୀ ସତୀଶ କୁମାର ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି କହିଥିଲେ, ଏହା ପ୍ରୟାଗରାଜ ଜିଲ୍ଲା ପ୍ରଶାସନର ପରାମର୍ଶରେ କରାଯାଏ ଏବଂ ପୂର୍ବରୁ ମଧ୍ୟ ପବିତ୍ର ସ୍ନାନ, ଅମୃତ ସ୍ନାନ ସମୟରେ କରାଯାଇଥିଲା। ଏଥିରେ କିଛି ନୂଆ କଥା ନାହିଁ। ମହାକୁମ୍ଭ ସହରର ଆଖପାଖ ଅଞ୍ଚଳରେ ପ୍ରବଳ ଭିଡ଼ ସତ୍ତ୍ୱେ ମହାକୁମ୍ଭ ସହରରେ ପହଞ୍ଚିବା ଲାଗି ସହାୟତା କରିବା ପାଇଁ ଜାରି ରହିଥିବା ବ୍ୟାପକ ଅଭିଯାନ ଉପରେ ଆଲୋକପାତ କରି ଏହାକୁ ପ୍ରଚାରପ୍ରସାର କରିବା ଲାଗି ସେ ଗଣମାଧ୍ୟମ, ରେଳବାଇ ଜୋନାଲ ଓ ଡିଭିଜନାଲ କାର୍ଯ୍ୟାଳୟର ଜନସମ୍ପର୍କ ବିଭାଗକୁ ଅନୁରୋଧ କରିଥିଲେ। ସେ କହିଥିଲେ, ବାସ୍ତବତା ହେଉଛି ଯେ ଆଜି ଅପରାହ୍ଣ 3ଟା ସୁଦ୍ଧା, ଗୁରୁତ୍ୱପୂର୍ଣ୍ଣ ପ୍ରୟାଗରାଜ ଜଙ୍କସନ ସମେତ 8ଟି ଷ୍ଟେସନରୁ 201ରୁ ଅଧିକ ସ୍ୱତନ୍ତ୍ର ଏବଂ ନିୟମିତ ଟ୍ରେନ୍ 9ଲକ୍ଷରୁ ଅଧିକ ତୀର୍ଥଯାତ୍ରୀଙ୍କୁ ନେଇ ବାହାରି ସାରିଥିଲା।

Mahakumbh 2025

ଏହାପୂର୍ବରୁ, ସିଆରବି ଏବଂ ସିଇଓ ଶ୍ରୀ ସତୀଶ କୁମାର କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଭବନର ୱାର ରୁମରେ ପ୍ରୟାଗରାଜ ଅଞ୍ଚଳରେ ରେଳ ସେବାର ସୁଚାରୁ ରୂପେ କାର୍ଯ୍ୟ କରିବା ବିଷୟରେ ସୂଚନା ଦେଇଥିଲେ। ସେଠାରେ ସମସ୍ତ ରେଳ ଷ୍ଟେସନରୁ ସିସିଟିଭି କ୍ୟାମେରା ଫୁଟେଜ୍ ଗ୍ରହଣ କରାଯାଇଥିବା ଦେଖାଇଥିଲେ। ଉଭୟ ବର୍ତ୍ତମାନର ଭିଡ଼ ପରିସ୍ଥିତିର ସମୀକ୍ଷା କରିଥିଲେ ଏବଂ ମାଘୀ ପୂର୍ଣ୍ଣିମାରେ ପରବର୍ତ୍ତୀ ଅମୃତ ସ୍ନାନ ପୂର୍ବରୁ ରେଳବାଇର ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ। ପରେ ରେଳବାଇ ବୋର୍ଡର ଅଧ୍ୟକ୍ଷ ଗଣମାଧ୍ୟମ ଏବଂ ସାଧାରଣ ଜନତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରୟାଗରାଜ ଜଙ୍କସନରେ ସେବା ପ୍ରଭାବିତ ହେବା ସମ୍ବନ୍ଧରେ ଅସତ୍ୟ ଗଣମାଧ୍ୟମ ରିପୋର୍ଟଗୁଡ଼ିକୁ ବିଶ୍ୱାସ ନକରିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ଯେଉଁ 8ଟି ରେଳ ଷ୍ଟେସନରେ ମହାକୁମ୍ଭ ଲୋଗୋ ଲାଗିଥିବା ରଙ୍ଗୀନ ଟ୍ରେନଗୁଡ଼ିକ ଦିନରାତି ଚାଲୁଛି ସେଠାରେ ପ୍ରକୃତ ତଥ୍ୟ ଯାଞ୍ଚ କରାଯାଇପାରିବ । ଭାରତୀୟ ରେଳବାଇ ଦ୍ୱାରା ସାଧାରଣ ଦିନରେ 330ଟି ଟ୍ରେନ୍ ଚଳାଇବା ଭାରତର ଜନସାଧାରଣଙ୍କ ପ୍ରତି ଏହାର ଅତୁଟ ପ୍ରତିବଦ୍ଧତାର ପ୍ରମାଣ। ଗତ ମାସ ମୌନି ଅମାବାସ୍ୟା ସମୟରେ ଭିଡ଼ ରେକର୍ଡ ଟପିଥିବା ସମୟରେ ୩୬୦ଟି ଟ୍ରେନ ଚଳାଚଳ କରାଯିବା ବିଷୟରେ ମଧ୍ୟ ସେ ସୂଚନା ଦେଇଥିଲେ।

ସଦ୍ୟତମ ସୂଚନା ପାଇବା ଏବଂ ବିଭ୍ରାନ୍ତିକର ସୂଚନା ଏଡ଼ାଇବା ପାଇଁ ରେଳର ସରକାରୀ ଉତ୍ସକୁ ଯାଞ୍ଚ କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+