ମହାରାଷ୍ଟ୍ରରେ ଏନସିପିର ଖେଳ ବିଗାଡିଲା ବିଜେପି, ଆଣିଲା ମିଡ୍ ସନଡେ ଅପରେସନ୍

ମୁମ୍ବାଇ: ପୁଣି ବିଜେପି ଖେଳିଲା ଅଜିତ ପାୱାର କାର୍ଡ, ବିଗାଡି ଦେଲା ଶରଦ ପାୱାରଙ୍କ ସବୁ ଗଣିତ । ମହା ବିକାଶ ଅଗାଢି ମେଣ୍ଟର ସମସ୍ତ ସ୍ଵପ୍ନକୁ ଧୂଳିସାତ କରି ଆଜି ଏକ ନାଟକୀୟ ଘଟଣାକ୍ରମରେ ଏନସିପିର ସବୁଠାରୁ ବଡ ଚେହେରା ତଥା ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ମହାରାଷ୍ଟ୍ର ଏନଡିଏ ସରକାରରେ ସାମିଲ ହୋଇଛନ୍ତି । ଏଥିସହିତ ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ମଧ୍ୟ ନେଇଛନ୍ତି ।

ajit pawar maharastra

ବିଗତ କିଛି ମାସ ଧରି ନୀରବତା ଜାରି ରହିଥିବା ମହାରାଷ୍ଟ୍ର ରାଜନୀତିରେ ପୁଣି ଗରମ ହୋଇଛି ରାଜନୀତି । ଅଜିତ ପାୱାରଙ୍କ ଏନଡିଏ ସରକାରରେ ସାମିଲ ହେବା ନୂଆ ମୋଡ ଆଣିଛି ଦେଶର ରାଜନୀତିରେ । ବିରୋଧୀ ଦଳଗୁଡିକର ବଳ ଭାବରେ ପରିଚିତ ଶରଦ ପାୱାରଙ୍କ ଏହି ଅବସ୍ଥା ବହୁତ ବଡ ଝଟକା ଭାବରେ ପରିଗଣିତ ହୋଇଛି ବିରୋଧୀଙ୍କୁ ।

ବିଗତ ଦିନରେ ଏନସିପି ବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାର ଦଳର ପରବର୍ତ୍ତୀ ନେତୃତ୍ଵ ନିଜର ପୁତୁରା ତଥା ସବୁଠାରୁ ବଡ ନେତା ଅଜିତ ପାୱାରଙ୍କୁ ନଦେଇ ଝିଅ ସୁପ୍ରିୟା ସୁଲେଙ୍କୁ ପ୍ରଦାନ କରିବାକୁ ପ୍ରକାରନ୍ତରେ ଘୋଷଣା କରିଥିଲେ। ଏହି ନିଷ୍ପତ୍ତି ଅଜିତଙ୍କ ସମେତ ତାଙ୍କ ସମର୍ଥକଙ୍କ ମଧ୍ୟରେ ନିରାଶ ଆଣିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+