ଶ୍ରୀଲିଙ୍ଗରାଜଙ୍କ ଉଠିଲା ମହାଦୀପ, ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ
ଭୁବନେଶ୍ୱର: ଆଜି ପବିତ୍ର ମହରାଶିବରାତ୍ରୀ, ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପତି ହେଉଛି ଗଗନ ପବନ । ଚଳଚଂଚଳ ରାଜ୍ୟର ପ୍ରମୁଖ ଶୈବପୀଠ, ଉପବାସ ରଖି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ । ରାଜ୍ୟ ଓ ରାଜ୍ୟବାହାର ଶିବ ମନ୍ଦିରରେ ଦେଖିବାକୁ ମିଳିଛି ଭକ୍ତଙ୍କ ପ୍ରବଳ ଜନସମାଗମ ।
ମହାଶିବରାତ୍ରି ଅବସରରେ ଓଡ଼ିଶାର ସମସ୍ତ ଶୈବପୀଠ ରେ ଭକ୍ତି, ଭବ୍ୟ ମାହୋଲ । ରାଜଧାନୀ ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଲମ୍ବା ଲଇନ ଲଗାଇଛନ୍ତି । ସନ୍ଧ୍ୟା ସମୟରେ ମନ୍ଦିର ପରିସରଠୁ ଆରମ୍ଭ କରି ବିନ୍ଦୁ ସାଗର ପର୍ଯ୍ୟନ୍ତ ଭକ୍ତମାନେ ଦୀପ ଜାଳୁଥିବା ଦେଖିବାକୁ ମିଳିଥିଲା ।

ଶେଷରେ ବହୁ ପ୍ରତୀକ୍ଷାର ଅନ୍ତ ଘଟି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟା ୧୦ରେ ଉଠିଛି । ହଜାର ହଜାର ଶ୍ରଦ୍ଧାଳୁ ମହାଦୀପକୁ ଦର୍ଶନ କରିଛନ୍ତି । ଏଥି ସହିତ ବ୍ରତଧାରୀମାନେ ଜାଗର ବ୍ରତ ଭାଙ୍ଗିଛନ୍ତି ।












Click it and Unblock the Notifications