ପ୍ରୟାଗରାଜ ମହାକୁମ୍ଭରେ ପ୍ରବଳ ଭିଡ଼, ୩୦୦ କିମି ଟ୍ରାଫିକ୍ ଜାମ୍
ଉତ୍ତରପ୍ରଦେଶ ପ୍ରୟାଗରାଜରେ ଆସ୍ଥାର ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଏପର୍ଯ୍ୟନ୍ତ ୪୪ କୋଟିରୁ ଊର୍ଦ୍ଧ୍ବ ଲୋକ ବୁଡ ପକାଇସରିଲେଣି । ଏହାରି ମଧ୍ୟରେ ଭୀଷଣ ଭିଡ଼କୁ କାବୁ କରିବା ପାଇଁ ପୋଲିସ ଏବଂ ପ୍ରଶାସନ ନାକେଦମ ହେଲାଣି । ଭିଡ଼ ପାଇଁ ଗାଡି ମଟର ଘଣ୍ଟା ଘଣ୍ଟା ଅଟକି ରହୁଛି ।
ଗୋଟେ ଗୋଟେ କିଲୋମିଟର ବି ପାର୍ କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି । ୧୨ ତାରିଖ ମାଘ ଶୁକ୍ଲ ପୂର୍ଣ୍ଣିମା ଓ ସଂକ୍ରାନ୍ତି ଉପଲକ୍ଷେ ସଙ୍ଗମରେ ଅମୃତସ୍ନାନ ଯୋଗ ପାଇବାକୁ ପ୍ରୟାଗରାଜକୁ ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି। ମହାକୁମ୍ଭସ୍ଥଳକୁ ସଂଯୋଗ ସଡ଼କରେ ଟ୍ରାଫିକ୍ ଠପ୍ ହୋଇଯାଇଥିଲା। ସଡ଼କ ଉପରେ ପ୍ରାୟ ୩ଶହ କିମି ଧରି ଗାଡ଼ିମୋଟର ଦୀର୍ଘ ସମୟ ଧରି ଅଟକି ରହିଛି।

ଭିଡ଼ ଯୋଗୁ ଗତକାଲି ଠାରୁ ସଙ୍ଗମସ୍ଥଳକୁ ସଂଯୋଗ କରୁଥିବା ସମସ୍ତ ସଡ଼କ ପଥରେ ଟ୍ରାଫିକ ଚଳାଚଳ ବିପର୍ଯ୍ୟସ୍ତ ହୋଇଯାଇଥିବା ବେଳେ ଆଜି ଭୟାନକ ଟ୍ରାଫିକ୍ ଜାମ ସୃଷ୍ଟି ହୋଇଥିଲା। ଏହାକୁ ନେଇ ବିରୋଧୀ ରାଜନୈତିକ ଦଳ ବିଶେଷତଃ ସପା ମୁଖ୍ୟ ଅଖିଳେଶ ଯାଦବ କଠୋର ଶବ୍ଦରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଭୋକ, ଶୋଷ, ବେଦନା ଓ କ୍ଲେଶଗ୍ରସ୍ତ ଭକ୍ତମାନେ ଟ୍ରାଫିକ୍ ଜାମ୍ରେ ଫସିରହିଛନ୍ତି। ସେମାନଙ୍କ ପ୍ରତି ମାନବିକତା ଦୃଷ୍ଟିକୋଣରୁ ବ୍ୟବସ୍ଥା ଗ୍ରହଣ କରାଯିବା ଉଚିତ। ସାଧାରଣ ଭକ୍ତମାନେ କ'ଣ ମଣିଷ ନୁହନ୍ତି କି?












Click it and Unblock the Notifications