ମହାକୁମ୍ଭରେ ଭିଡ ନିୟନ୍ତ୍ର କରିବେ ୧୩୦ ଘୋଡ଼ା ସବାର
ପ୍ରୟାଗରାଜ: ମହାକୁମ୍ଭ ୨୦୨୫ରେ ଭିଡ଼ ନିୟନ୍ତ୍ରଣ ପାଇଁ ମେଳାରେ ସ୍ବତନ୍ତ୍ର ତାଲିମପ୍ରାପ୍ତ ଘୋଡ଼ାସବାର ପୁଲିସଙ୍କୁ ନିୟୋଜିତ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଶ୍ରଦ୍ଧାଳୁଙ୍କ ଯାତ୍ରାକୁ ସୁଗମ କରିବା ପାଇଁ ଉତ୍ତରପ୍ରଦେଶର ଘୋଡ଼ାସବାର ପୁଲିସଙ୍କୁ ଉଭୟ ଜଳ ଏବଂ ସ୍ଥଳଭାଗରେ ନିୟୋଜିତ କରାଯିବ। ଯେଉଁଠାରେ ପୁଲିସ୍ କର୍ମଚାରୀ ପାଦରେ ପହଞ୍ଚି ପାରିବେ ନାହିଁ, ସେଠାରେ ଘୋଡ଼ାସବାର ପୁଲିସ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବେ।
ପୁଲିସ୍ ପାଟ୍ରୋଲିଂ ପାଇଁ ମେଳାରେ ୧୩୦ ଘୋଡ଼ା ଏବଂ ୧୬୬ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଭାରତୀୟ ପ୍ରଜାତିର ଘୋଡ଼ା ସହିତ ଆମେରିକୀୟ ଏବଂ ଇଂଲଣ୍ଡ ପ୍ରଜାତିର ଘୋଡ଼ାମାନେ ମହାକୁମ୍ବରେ ଭିଡ଼ ନିୟନ୍ତ୍ରଣ ପାଇଁ କାର୍ଯ୍ୟ କରିବେ। ଡ୍ୟୁଟିରେ ନିୟୋଜିତ ଘୋଡ଼ାମାନଙ୍କର ଖାଦ୍ୟ ଏବଂ ଚିକିତ୍ସା ସୁବିଧା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ମହାକୁମ୍ଭ ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ତଥା ଶୃଙ୍ଖଳା ରକ୍ଷା କରିବାରେ ଘୋଡ଼ାସବାର ପୁଲିସ୍ ସୁରକ୍ଷା ନିଶ୍ଚିତ କରିବେ । ଭିଡ଼ ନିୟନ୍ତ୍ରଣ ଏବଂ ଅପହଞ୍ଚ ଅଞ୍ଚଳରେ ପାଟ୍ରୋଲିଂ ପାଇଁ ଘୋଡ଼ାସବାର ପୁଲିସର କାର୍ଯ୍ୟ କରିବେ।

ଉତ୍ତରପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର କହିଛନ୍ତି ଯେ, ଘୋଡ଼ାମାନଙ୍କୁ ଏକ ବିଶେଷ ଢଙ୍ଗରେ ତାଲିମ ଦିଆଯାଇଛି। ଘୋଡ଼ାମାନଙ୍କୁ ମୋରାଦାବାଦ ଏବଂ ସୀତାପୁର ତାଲିମ କେନ୍ଦ୍ରରେ ତାଲିମ ଦିଆଯାଇଛି। ମହାକୁମ୍ଭକୁ ଦୃଷ୍ଟିରେ ରଖି ଘୋଡ଼ାସବାର ପୁଲିସଙ୍କୁ ବିଶେଷ ତାଲିମ ଦିଆଯାଇଛି ଯାହା ଦ୍ବାରା ସେମାନେ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରି ପାରିବେ। ଘୋଡ଼ାସବାର ପୁଲିସ ସ୍ଥଳ ତଥା ଜଳ ଭାବେରେ ଭିଡ଼ ପରିଚାଳନାରେ ପାରଙ୍ଗମ ।












Click it and Unblock the Notifications