: କେବେ ହେବ ମହାକୁମ୍ଭର ମହାସ୍ନାନ ପ୍ରୟାଗରାଜ ?
ଜାନୁୟାରୀ ୧୩ରୁ ଫେବ୍ରୁଆରି ୨୬ଯାଏ ପ୍ରୟାଗରାଜରେ ଅନୁଷ୍ଠିତ ହେବାକୁ ଯାଉଛି ମହାକୁମ୍ଭ ମେଳା । ଗଙ୍ଗା-ଯମୁନା-ସରସ୍ୱତୀର ସଙ୍ଗମସ୍ଥଳରେ ମହାକୁମ୍ଭ ମେଳା ସମୟରେ ଲକ୍ଷ ଲକ୍ଷ ସାଧୁସନ୍ଥ ତଥା ହିନ୍ଦୁ ଶ୍ରଦ୍ଧାଳୁ ସ୍ନାନ କରି ପୂଣ୍ୟ ଅର୍ଜନ କରନ୍ତି । ୩୦-୪୫ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ମହାକୁମ୍ଭରେ ହିନ୍ଦୁଙ୍କ ପାଇଁ ଅନେକ ମାନ୍ୟତା ରହିଛି ।
କେବେ ହେବ ମହାକୁମ୍ଭର ମହାସ୍ନାନ ପ୍ରୟାଗରାଜ ?
ମହାକୁମ୍ଭରେ ୬ଟି ମହାସ୍ନାନ ଅନୁଷ୍ଠିତ ହେବ । ମହାକୁମ୍ଭ ମେଳାର ପ୍ରଥମ ମହାସ୍ନାନ ୧୩ ଜାନୁୟାରୀ ୨୦୨୫ରେ ଅନୁଷ୍ଠିତ ହେବ। ଦ୍ୱିତୀୟ ମହାସ୍ନାନ ୧୪ ଜାନୁୟାରୀ ୨୦୨୫ ମକର ସଂକ୍ରାନ୍ତିରେ, ତୃତୀୟ ମହାସ୍ନାନ ୨୯ ଜାନୁୟାରୀ ୨୦୨୫ ମୌନି ଅମାବାସ୍ୟାରେ, ଚତୁର୍ଥ ମହାସ୍ନାନ ୨ ଫେବୃଆରୀ ୨୦୨୫ରେ ବସନ୍ତ ପଞ୍ଚମୀରେ, ପଞ୍ଚମ ମହାସ୍ନାନ ଫେବୃଆରୀ ୨୦୨୫ ମାଘ ପୂର୍ଣ୍ଣିମାରେ ଏବଂ ଶେଷ ମହାସ୍ନାନ ୨୬ ଫେବୃଆରୀ ୨୦୨୫ ରେ ମହାଶିବରାତ୍ରୀରେ ଅନୁଷ୍ଠିତ ହେବ।

କେଉଁଠାରେ ପାର୍କିଂ ବ୍ୟବସ୍ଥା ?
ନବପ୍ରୟାଗମ, କୃଷି ସଂସ୍ଥାନ, ଟେଣ୍ଟ ସିଟି ଓ ସରସ୍ୱତୀ ହାଇଟେକ ସିଟି ଇଷ୍ଟରେ ପ୍ରମୁଖ୍ ପାର୍କିଂ ବ୍ୟବସ୍ଥା କରାଯାଇଛି । ପାର୍କିଂ ସମ୍ପର୍କରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପରିଚାଳନାରେ ଡିଜିଟାଲ ଏକୀକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ମହାକୁମ୍ଭକୁ ଆସୁଥିବା ଲୋକଙ୍କୁ ଉତ୍ତମ ଅନୁଭୂତି ଦେବାକୁ ଏସବୁ ବ୍ୟବସ୍ଥା କରାଯାଇଛି ।
ପ୍ରତ୍ୟେକ ୧୨ ବର୍ଷ ଅନ୍ତରରେ ହରିଦ୍ୱାରା, ପ୍ରୟାଗରାଜ, ଉଜ୍ଜୟନୀ ଓ ନାସିକରେ ହୁଏ ମହାକୁମ୍ଭ ମେଳାର ଆୟୋଜନ ଏବଂ ଏଥିରୁ ପ୍ରୟାଗରାଜରେ ହେଉଥିବା ମହାକୁମ୍ଭ ସବୁଠାରୁ ଭବ୍ୟ ।












Click it and Unblock the Notifications