Mahakumbh Mela 2025: ମୁଖ୍ୟମନ୍ତ୍ରୀଙ୍କ ସହ ୨ଥର ଫୋନ୍ରେ କଥା ହେଲେ ମୋଦୀ
ପ୍ରୟାଗରାଜ ମହାକୁମ୍ଭରେ ୧୦ ମୃତ । ଦଳାଚକଟା ଉପରେ ପ୍ରଧାନମନ୍ତ୍ରୀ ମୋଦି ତୀକ୍ଷ୍ଣ ନଜର ରଖିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଗୋଟିଏ ଘଣ୍ଟାରେ ୨ଥର ଫୋନ ଯୋଗେ କଥା ହୋଇଛନ୍ତି । ମୌନୀ ଅମାବାସ୍ୟାରେ ଅମୃତ ସ୍ନାନ ପୂର୍ବରୁ ହୋଇଥିବା ଦଳାଚକଟା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ମହାକୁମ୍ଭମେଳାର ପରିସ୍ଥିତି ବିଷୟରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଠାରୁ ସୂଚନା ନେଇଛନ୍ତି ଏବଂ ଆହତମାନଙ୍କ ପାଇଁ ଏପର୍ଯ୍ୟନ୍ତ ହୋଇଥିବା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏହା ସହିତ, ପ୍ରଧାନମନ୍ତ୍ରୀ ଭକ୍ତମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ମଧ୍ୟ କହିଛନ୍ତି । କେନ୍ଦ୍ର ପକ୍ଷରୁ ୟୁପି ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ପ୍ରତିଶ୍ରୁତି ଦେଇଛନ୍ତି ।
ଆହତମାନଙ୍କୁ ଡାକ୍ତରଖାନା ନେବା ପାଇଁ ସୁରକ୍ଷା ବାହିନୀ ତୁରନ୍ତ ଏକ ଗ୍ରୀନ କରିଡର ସୃଷ୍ଟି କରିଥିଲେ। ତାଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ଏକ ସମ୍ପୂର୍ଣ୍ଣ ଦଳ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି। ଏହା ବ୍ୟତୀତ ଆବଶ୍ୟକ ହେଲେ ଆହତମାନଙ୍କୁ ଏୟାର ଆମ୍ବୁଲାନ୍ସ ମାଧ୍ୟମରେ ଡାକ୍ତରଖାନା ନେବା ପାଇଁ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି।

ମୌନୀ ଅମାବାସ୍ୟାରେ ସ୍ନାନ ପାଇଁ କୋଟି କୋଟି ଭକ୍ତ ମହାକୁମ୍ଭରେ ପହଞ୍ଚିଥିଲେ ଏବଂ କୁହାଯାଉଛି ଯେ ସଙ୍ଗମ ସ୍ଥଳରେ ସ୍ନାନ ସମୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ମହାକୁମ୍ଭମେଳା ଅଞ୍ଚଳରେ ଶ୍ୱାସରୁଦ୍ଧ ହୋଇ ଆଉ କିଛି ମହିଳା ବେହୋସ ହୋଇ ପଡ଼ିଥିଲେ ଏବଂ ସେମାନଙ୍କ ପଡ଼ିଯିବା ଯୋଗୁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।
ପରିସ୍ଥିତି ଖରାପ ହେବା ମାତ୍ରେ, ତୁରନ୍ତ ଘଟଣାସ୍ଥଳକୁ ଆମ୍ବୁଲାନ୍ସ ଡକାଯାଇଥିଲା ଏବଂ ମହାକୁମ୍ଭରେ ନିର୍ମିତ କେନ୍ଦ୍ରୀୟ ହସ୍ପିଟାଲ ସମେତ ପ୍ରୟାଗରାଜର ଅନ୍ୟ ହସ୍ପିଟାଲକୁ ୨୫ ରୁ ୩୦ ଜଣଙ୍କୁ ପଠାଯାଇଥିଲା।
ମୌନୀ ଅମାବାସ୍ୟା ଅବସରରେ, ଦେଶ ଏବଂ ବିଦେଶରୁ କୋଟି କୋଟି ଭକ୍ତ ଅମୃତ ସ୍ନାନ ପାଇଁ ପହଞ୍ଚିଛନ୍ତି। ଏହି ଭିଡ଼କୁ ପରିଚାଳନା କରିବା ପାଇଁ, ୟୁପି ସରକାର ୧୦ରୁ ଅଧିକ ଜିଲା ମାଜିଷ୍ଟ୍ରେଟଙ୍କୁ ଦାୟିତ୍ୱ ଦେଇଛନ୍ତି। ପ୍ରୟାଗରାଜ ସୀମାବର୍ତ୍ତୀ ଅଞ୍ଚଳରେ ଅଧିକାରୀମାନଙ୍କୁ ସକ୍ରିୟ କରାଯାଇଛି ଯାହା ଦାରା ଭକ୍ତମାନେ ଆରାମରେ ସ୍ନାନ କରିପାରିବେ।












Click it and Unblock the Notifications