Maha Kumbh 2025:ମହାକୁମ୍ଭର ୫୦ ଦିନରେ ଚାଲିବ ୧୩ ହଜାର ଟ୍ରେନ୍
ମହାକୁମ୍ଭ ମେଳା ପାଇଁ ତୀର୍ଥଯାତ୍ରୀମାନଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ୧୩ହଜାର ଟ୍ରେନ୍ ଚଳାଚଳ କରିବ । ଏଥିରେ ୧୦ହଜାର ନିୟମିତ ଟ୍ରେନ୍ ଓ ୩ ହଜାର ସ୍ଵତନ୍ତ୍ର ଟ୍ରେନ୍ ରହିଛି । ଏହି ଟ୍ରେନ୍ ଗୁଡ଼ିକ ୫୦ଦିନ ଧରି ଚାଲିବ ଏବଂ ମେଳା ଆରମ୍ଭ ହେବା ପୂର୍ବରୁ ଓ ସରିବା ପରେ ୩ଦିନ ଚଳାଇବାକୁ ନିଷ୍ପରି ହୋଇଛି ।
ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳାରେ ପ୍ରାୟ ୪୦ କୋଟି ଲୋକଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଛି । ଭିତ ପରିଚାଳନା ପାଇଁ ରେଳବାଇ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଉତ୍ତରକେନ୍ଦ୍ରୀୟ ରେଳବାଇ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଶଶିକାନ୍ତ ତ୍ରିପାଠୀ କହିଛନ୍ତି ତୀର୍ଥଯାତ୍ରୀଙ୍କୁ ସହଜ ଏବଂ ସୁରକ୍ଷିତ ଯାତ୍ରା ଅନୁଭୂତି ଦେବାପାଇଁ ରେଳବାଇ ଯୋଜନା ପ୍ରସ୍ତୁତ କରିଛି ।

ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ନିରବଚ୍ଛିନ୍ନ ଯୋଗାଯୋଗ, ପରିବହନ ଏବଂ ସୁବିଧା ସୁନିଶ୍ଚିତ କରିବା ପାଇଁ ସରକାର ଓ ରେଳବାଇ ମିଳିତଭାବେ କାର୍ଯ୍ୟ କରୁଛନ୍ତି । ପ୍ରୟାଗରାଜର ଗଙ୍ଗା, ଯମୁନା ଏବଂ ସରସ୍ବତୀ ନଦୀର ସଂଗମ ସ୍ଥଳରେ ଚଳିତମାସ ୧୩ ତାରିଖରୁ ଫେବୃୟାରୀ ୨୬ ତାରିଖ ପର୍ଯ୍ୟନ୍ତ ମହାକୁମ୍ଭ ମେଳା ଅନୁଷ୍ଠିତ ହେବ ।












Click it and Unblock the Notifications