ମହାକମ୍ବୁର ୧୫ ଦିନ ପରେ ସଙ୍ଗମରୁ ଆସିଲା ଖୁସି ଖବର, ବୈଜ୍ଞାନିକମାନେ ବି ହୋଇଗଲେ ଚକିତ
ପ୍ରୟାଗରାଜ ମହାକୁମ୍ଭ ଶେଷ ହେବାର ୧୫ ଦିନ ପରେ ମଧ୍ୟ ସଙ୍ଗମ ଘାଟରେ ବହୁ ସଂଖ୍ୟକ ବିଦେଶୀ ପକ୍ଷୀଙ୍କ ଉପସ୍ଥିତି ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ସାଧାରଣତଃ ଫେବୃଆରୀ ଶେଷ ସୁଦ୍ଧା ଛାଡିଥିବା ଏହି ପକ୍ଷୀମାନେ ଏଥର ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ସଙ୍ଗମରେ ରହିଛନ୍ତି କରୁଛନ୍ତି। ଅର୍ନିଥୋଲୋଜିଷ୍ଟ ଏବଂ ଜୀବବିଜ୍ଞାନୀମାନେ ବିଶ୍ୱାସ କରନ୍ତି ଯେ ବିଦେଶୀ ପକ୍ଷୀ ମାନେ ଏଠାରେ ଏତେଦିନ ଧରି ରହିବା ଜଳ ଏବଂ ବାୟୁର ଶୁଦ୍ଧତାର ପ୍ରମାଣ ଅଟେ ।
ସାଧାରଣତ ସାଇବେରିଆ ପକ୍ଷୀ ଏବଂ ଅନ୍ୟ ବିଦେଶାଗତ ପକ୍ଷୀଙ୍କ ସମାଗମ ଶୀତ ଦିନରେ ସଙ୍ଗମ ଘାଟରେ ରହିଥାଏ । ଡିସେମ୍ବରରୁ ଫେବୃୟାରୀ ଶେଷ ଯାଏଁ ଏହି ବିଦେଶୀ ପକ୍ଷୀ ମାନେ ଉଡି ଆସି ପ୍ରୟାଗରାଜର ସଙ୍ଗମସ୍ଥଳରେ ଭିଡ ଜମାନ୍ତି ଆଉ ମାର୍ଚ୍ଚ ଆରମ୍ଭରୁ ସେମାନେ ପୁଣି ବାହୁଡି ଯାଆନ୍ତି । ହେଲେ ଆଶ୍ଚର୍ୟ୍ୟର କଥା ହେଉଛି ଆଜି ମାର୍ଚ୍ଚ ୧୭ ତାରିଖ ହୋଇଥିଲେ ବି ସଙ୍ଗମସ୍ଥଳରେ ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି । ଯାହା ପକ୍ଷୀ ଗଣନାକାରୀ ଏବଂ ପକ୍ଷୀ ବୈଜ୍ଞାନିକଙ୍କୁ ଚକିତ କରିଛି ।

କୁହାଯାଉଛି ସଙ୍ଗମର ଜଳ ସ୍ୱଚ୍ଛତା କାରଣରୁ ଏବଂ ପରିବେଶ ଅନୁକୂଳ ହୋଇଥିବାରୁ ପକ୍ଷୀମାନେ ଏଯାଏଁ ରହିଛନ୍ତି । ଜଳ ଯଦି ଅସ୍ୱଚ୍ଛ ଥାନ୍ତା ତାହାଲେ ବିଦେଶୀ ପକ୍ଷୀମାନେ କେବେଠୁ ଉଡି ଯାଆନ୍ତେଣି । ସଙ୍ଗମ ଜଳକୁ ମଝିରେ କିଛି ଲୋକ ଅସ୍ୱଚ୍ଛ ଏବଂ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ଅଭିଯୋଗ ଆଣିଥିବା ବେଳେ ଏହାର ସ୍ୱଚ୍ଛତା ଏହି ବିଦେଶୀପକ୍ଷୀ ମାନେ ଦେଉଛନ୍ତି ବୋଲି ବୈଜ୍ଞାନିକମାନେ କହିଛନ୍ତି ।












Click it and Unblock the Notifications