ବଙ୍ଗୋପସାଗରର ଭୂମିକମ୍ପ, ୫.୧ ତିବ୍ରତାର ଝଟକା ନେଇ ସ୍ପଷ୍ଟ କଲା NCS
ବଙ୍ଗୋପସାଗରର ଭୂମିକମ୍ପ, ୫.୧ ତିବ୍ରତାର ଝଟକା ନେଇ ସ୍ପଷ୍ଟ କଲା NCS
Bay of Bengal earthquake: ବଙ୍ଗୋପସାଗରର ଭୂମିକମ୍ପ ଝଟକା । ଅଶାନ୍ତ ହେଲା ସମୁଦ୍ର । ୫.୧ ତିବ୍ରତାରେ ଭୂମିକମ୍ପ ହୋଇଥିବା ନେଇ ସୂଚନା ଦେଲା
ନ୍ୟାସନାଲ୍ ସେଣ୍ଟର ଫର୍ ସେସମୋଲଜି । ସକାଳ ୮ଟା ୩୨ରେ ଭୂକମ୍ପ ଅନୁଭୂତ ହୋଇଛି ।

ବାଂଲାଦେଶ ରାଜଧାନୀ ଢାକାରେ ମୃଦୁ ଭୂମିକମ୍ପ । କୋକ୍ସ ବଜାରର ଦକ୍ଷିଣପୂର୍ବକୁ ୩୪୦ କିମି ଦୂରରେ କେନ୍ଦ୍ରୀଭୂତ । ଚିଟାଗଙ୍ଗ ଠାରୁ ଦକ୍ଷିଣପଶ୍ଚିମକୁ ୩୯୭ କିମି ଦୂରରେ କେନ୍ଦ୍ରସ୍ଥଳ ଥିବା ନେଇ ସୂଚନା ରହିଛି । ଓଡ଼ିଶାର ପୁରୀର ପୂର୍ବକୁ ୪୨୧ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ ଏବଂ ତ୍ରିପୁରାର ବେଲୋନିଆରର ଦକ୍ଷିଣ ଏବଂ ଦକ୍ଷିଣପଶ୍ଚିମକୁ ୪୮୯ କିଲୋମିଟର୍ ଦୂରବର୍ତ୍ତୀ ବଙ୍ଗୋପସାଗର ମଧ୍ୟରେ ଭୂଗର୍ଭର ୧୦ କିମି ଅଭ୍ୟନ୍ତରରେ ଭୂମିକମ୍ପ ସଂଗଠିତ ହୋଇଥିବା ନେଇ ସୂଚନା ରହିଛି ।
'ୟୁଏସ୍ ଜିଓଲୋଜିକାଲ୍ ସର୍ଭେ' ରିପୋର୍ଟ ଅନୁସାରେ, ଆଜି ସକାଳ ବାଂଲାଦେଶ ରାଜଧାନୀ ଢାକାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ୫.୨ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି ।












Click it and Unblock the Notifications