ଜଣେ ପରୀକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ସିସିଟିଭି, ୧୮ ଜଣ ଶିକ୍ଷକ, ଏବଂ ୧୨ ଜଣ ପୋଲିସ!
ଝାଡ଼ଖଣ୍ଡରେ ବର୍ତ୍ତମାନ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଚାଲିଛି। ତେବେ ଗରୱା ଜିଲାର ଏକ ପରୀକ୍ଷା କେନ୍ଦ୍ରରେ ଜଣେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବାବେଳେ ତାଙ୍କ ପାଇଁ ଯେଉଁ ବ୍ୟବସ୍ଥା ଗ୍ରହଣ କରାଯାଇଛି, ତାହା ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଶଙ୍କର କୁମାର ସିଂହ ନାମକ ଏହି ଛାତ୍ର ମ୍ୟୁଜିକ୍କୁ ବିଷୟ ଭାବେ ଗ୍ରହଣ କରିଥିବାବେଳେ ପରୀକ୍ଷା ଦେଇଛନ୍ତି।

ଏଥିପାଇଁ ତାଙ୍କ ପାଇଁ ରାମକାଣ୍ଡ ବ୍ଲକସ୍ଥିତ ଏକ ମାଧ୍ୟମିକ ବିଦ୍ୟାଳୟରେ କେନ୍ଦ୍ର ସ୍ଥାପନ କରାଯାଇଥିଲା। ତେବେ ଉକ୍ତ ପରୀକ୍ଷା କେନ୍ଦ୍ରରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଲକ୍ଷ୍ୟ କରାଯାଇଛି। ପରୀକ୍ଷା ହଲ୍ରେ ସିସିଟିଭି ଖଞ୍ଜା ଯାଇଥିବାବେଳେ ଜଣେ ମାଜିଷ୍ଟ୍ରେଟଙ୍କ ସମେତ ୧୨ ପୁଲିସ କର୍ମୀ ଏବଂ ୧୮ ଜଣ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଥିଲା। ଏଥିସହିତଶଙ୍କର ପାଇଁ ପାନୀୟ ଜଳ ଏବଂ ଶୌଚାଳୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।












Click it and Unblock the Notifications