ବୃଦ୍ଧି ପାଇଲା ମଦ୍ରାସା ଶିକ୍ଷକଙ୍କ ଦରମା
Madrasa Teacher's Salary Increased: ବୃଦ୍ଧି ପାଇଲା ମଦ୍ରାସା ଶିକ୍ଷକଙ୍କ ଦରମା । ନିର୍ବାଚନ ପୂର୍ବରୁ ସଂଖ୍ୟାଲଘୁଙ୍କ ଆକୃଷ୍ଟ କରିବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର । ଏକନାଥ ସିନ୍ଦେଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ସଂଖ୍ୟାଲଘୁଙ୍କ ପାଇଁ ନିଆଯାଇଛି ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ମୌଲାନା ଆଜାଦ ସଂଖ୍ୟାଲଘୁ ଆର୍ଥିକ ବିକାଶ ନିଗମକୁ ସରକାର ଦେଉଥିହା ରାଶିକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ସରକାର ୭୦୦ କୋଟି ଟଙ୍କା ଦେଉଥିଲେ ହେଲେ ଏବେ ୧ ହଜାର କୋଟିକୁ ବୃଦ୍ଧି କରିଛନ୍ତି ।

ଡିଇଡି ଶିକ୍ଷକଙ୍କ ପାରିଶ୍ରମିକ ୬ ହଜାର ବଦଳରେ ମାସିକ ୧୨ ହଜାର କରାଯାଇଛି । ସେହିପରି ବିଏ ଓ ବିଇଡି ଶିକ୍ଷକମାନେ ୮ ହଜାର ଟଙ୍କା ବଦଳରେ ମାସିକ ୧୮ ହଜାର ଟଙ୍କା ପାଇବେ। ଆଗକୁ ବିଧାନସଭା ନିର୍ବାଚନ ମହାରାଷ୍ଟ୍ରରେ ଅନୁଷ୍ଠିତ ହେବା ପାଇଁ ଯାଉଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସଂଖ୍ୟାଲଘୁଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।












Click it and Unblock the Notifications