ଫିଲ୍ମ ‘ଜନ ନାୟଗନ୍’, ପ୍ରମାଣପତ୍ର ଉପରେ ରୋକ୍ ଲଗାଇଲେ ମାଡ୍ରାସ ହାଇକୋର୍ଟ

ପୁଣି ଆଡୁଆରେ ଫସିଛି ସାଉଥ୍ ସୁପରଷ୍ଟାର୍ ବିଜୟଙ୍କ ନୂଆ ଫିଲ୍ମ 'ଜନ ନାୟଗନ୍' । ଫିଲ୍ମର ପ୍ରମାଣପତ୍ରକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ମାଡ୍ରାସ ହାଇକୋର୍ଟ ସେନ୍ସର ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଶୁକ୍ରବାର (୯ ଜାନୁଆରୀ) ୨ୟ ଶୁଣାଣି ସମୟରେ ଫିଲ୍ମକୁ ୟୁ/ଏ ପ୍ରମାଣପତ୍ର ପ୍ରଦାନ ଲାଗି ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍(ସିବିଏଫ୍ସି) କୁ ଦେଇଥିବା ପୂର୍ବ ନିର୍ଦ୍ଦେଶ ଉପରେ ଅସ୍ଥାୟୀ ଭାବେ ରୋକ୍ ଲଗାଇବାକୁ କୋର୍ଟ କହିଛନ୍ତି । ଏହାର ଅର୍ଥ ମାମଲାର ଚୂଡ଼ାନ୍ତ ଶୁଣାଣି ନ ହେବା ପର୍ଯ୍ୟନ୍ତ ଫିଲ୍ମକୁ ପ୍ରମାଣପତ୍ର ମିଳିବ ନାହିଁ ।

Jana Nayagan

ଜଷ୍ଟିସ୍ ମନିନ୍ଦ୍ର ମୋହନ ଶ୍ରୀବାସ୍ତବ ଓ ଜଷ୍ଟିସ୍ ଜି ଅରୁଲ ମୁରୁଗାନଙ୍କ ଖଣ୍ଡପୀଠ ୨ୟ ଶୁଣାଣିରେ କହିଛନ୍ତି, ସିବିଏଫ୍ସିକୁ ଅତିକମ୍‌ରେ ୨-୩ ଦିନ ସମୟ ଦିଆଯିବା ଉଚିତ୍ ଥିଲା । ବୋର୍ଡର ପ୍ରମାଣପତ୍ର ହାସଲ ପୂର୍ବରୁ ନିର୍ମାତା ଫିଲ୍ମର ରିଲିଜ୍ ତାରିଖ ସ୍ଥିର କରିବା ଉପରେ ମଧ୍ୟ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । କହିଛନ୍ତି, ହାତରେ ପ୍ରମାଣପତ୍ର ନ ଧରି ଫିଲ୍ମର ରିଲିଜ୍ ତାରିଖ ଆପଣ କେମିତି ସ୍ଥିର କଲେ? ଆପଣ ରିଲିଜ୍ ତାରିଖ ସ୍ଥିର କରିପାରିବେ ନାହିଁ ଏବଂ ସିଷ୍ଟମ୍ ଉପରେ ଚାପ ପକାଇ ପାରିବେ ନାହିଁ ।

କେଭିଏନ୍ ପ୍ରଡକ୍ସନ୍ସ ପକ୍ଷରୁ ଲଢୁଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ, ପ୍ରମାଣପତ୍ର ପ୍ୟାନେଲ୍ ଫିଲ୍ମ ଦେଖିବା ପରେ ମଧ୍ୟ ଜଣେ ବୋର୍ଡ ସଦସ୍ୟ ଅଭିଯୋଗ କଲେ । ସେ କୋର୍ଟକୁ ଆହୁରି କହିଲେ, ଜାନୁଆରୀ ୯ରେ 'ଜନ ନାୟଗନ୍'ର ରିଲିଜ୍ ପାଇଁ ଯୋଜନା ଥିଲା । କିନ୍ତୁ ଖଣ୍ଡପୀଠ କହିଲେ, ନିର୍ମାତା ପ୍ରମାଣପତ୍ର ପାଇଁ ଅପେକ୍ଷା କରିବା ଉଚିତ୍ ଥିଲା । ଆପଣ ଆପାତକାଳ ସୃଷ୍ଟି କରୁଛନ୍ତି ଏବଂ କୋର୍ଟ ଉପରେ ଚାପ ପକାଉଛନ୍ତି । ଆସନ୍ତା ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ, ଯାହା ଫଳରେ ପୋଙ୍ଗଲ ପର୍ବରେ ଫିଲ୍ମ ରିଲିଜ୍ ହୋଇପାରିବ ନାହିଁ । ଏହା ପୂର୍ବରୁ ଶୁକ୍ରବାର ଜଷ୍ଟିସ୍ ପିଟି ଆଶା ଫିଲ୍ମ ବୋର୍ଡକୁ ଭର୍ତ୍ସନା କରି ଏହି ମାମଲାକୁ ଏକ ବିପଦପୂର୍ଣ୍ଣ ଟ୍ରେଣ୍ଡ୍ ବୋଲି କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+