Get Updates
Get notified of breaking news, exclusive insights, and must-see stories!

ଆଖି ବୁଜିଲେ ଆଉ ୨ କୁନି ଚିତା, ସପ୍ତାହ ଭିତରେ ୩ ଛୁଆଙ୍କ ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶ କୁନୋ ନ୍ୟାସନାଲ ପାର୍କରେ ୨ ଚିତା ଶାବକଙ୍କ ମୃତ୍ୟୁ ହୋଇଛି । ଦୁଇ ଚିତା ଶାବକ ଦୁର୍ବଳ ହୋଇଥିବାରୁ ଚିକିତ୍ସାଧୀନ ଥିଲେ । ନ୍ୟାସନାଲ ପାର୍କରେ ଚିତା ଶାବକଙ୍କ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ।

ସୂଚନା ମୁତାବକ ଜ୍ୱାଲା ନାମକ ଚିତା ୪ଟି ଶାବକ ଜନ୍ମ ଦେଇଥିଲା । ହେଲେ ଏହା ପରେ ଗୋଟିଏ ଶାବକ ଆଖି ବୁଜିଦେଇଥିଲା । ଏପରି ସ୍ଥିତିକୁ ଦେଖି ସେତେବେଳେ ଅନ୍ୟ ୩ଟି ଛୁଆର ଦେଖାରଖା ଆରମ୍ଭ କରିଦେଇଥିଲେ ବନ କର୍ମଚାରୀ । ହେଲେ ସେହି ୩ ଶାବକଙ୍କ ଭିତରୁ ଆଜି ଆଉ ୨ଟି ଛୁଆଙ୍କର ମୃତ୍ୟୁ ହୋଇଛି ।

Leopard

ସେହପରି ଗତବର୍ଷ ସେପ୍ଟେମ୍ବରରେ ଭାରତ ସରକାର ନାମ୍ବିଆରୁ ୮ଟି ଚିତାବାଘ ଆଣି କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ଏଥିରୁ ୫ଟି ମାଈ ଓ ୩ଟି ଅଣ୍ଡିରା ବାଘ ଥିଲେ । ମାର୍ଚ୍ଚ ୨୭ରେ ଭାରତର ଚିତା ମିଶନକୁ ପ୍ରଥମ ଝଟକା ଲଗାଇଥିଲା । ନାମିବ୍ୟାରୁ ଆସିଥିବା ମାଇ ଚିତା ବାଘ ଶାଶାର ମୃତ୍ୟୁ ଘଟିଥିଲା ।

ମଧ୍ୟପ୍ରଦେଶ ମୁଖ୍ୟ ବନ ସଂରକ୍ଷକଙ୍କ କହିବା ମୁତାବକ, ମେ ୨୩ ତାରିଖରୁ ଭୀଷଣ ଗରମ କାରଣ ହେତୁ ଛୁଆ ଗୁଡିକୁ ଉଦ୍ଧାର କରି ଆବଶ୍ୟକ ମୁତାବକ ଉପଚାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଏହାରି ଭିତରେ ଦୁଇଟି ଶାବକଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଯାଇଥିଲା । ଆଉ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଚିତା ପ୍ରୋଜେକ୍ଟ ଅଧୀନରେ ୨ଟି ପର୍ଯ୍ୟାୟରେ ନାମିବ୍ୟା ଓ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତା ଅଣାଯାଇ କୁନୋରେ ଛଡ଼ାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୮ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ଚିତା ଆସିଥିଲା । ତେବେ ମାର୍ଚ୍ଚ ୨୭ରେ କିଡନୀ ସଂକ୍ରମଣ ଯୋଗୁଁ ନାମିବ୍ୟାରୁ ଆସିଥିବା ଶାଶାର ମୃତ୍ୟୁ ଘଟିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+