ବିଜେପି ନେତାଙ୍କୁ ଗୁଳି କରି ହତ୍ୟା, ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ଆଜି ବିଜେପି ଯୁବ ମୋର୍ଚ୍ଚା ନଗର ଉପାଧ୍ୟକ୍ଷ ମୋନୁ କଲ୍ୟାଣେଙ୍କୁ ଗୁଳିମାରି ହତ୍ୟା ଅଭିଯୋଗ । ମୋନୁ, ମଧ୍ୟପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ କୈଳାସ ବିଜୟବର୍ଗୀଙ୍କ ଘନିଷ୍ଠ ବୋଲି କୁହାଯାଉଛି । ଏହି ହତ୍ୟାକାଣ୍ଡ ସହର ଏମଜୀ ରୋଡ୍ ଥାନା ଅଞ୍ଚଳରେ ଘଟିଛି । ସ୍ଥାନୀୟ ପୋଲିସ୍ ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପିୟୁଷ ଓ ଅର୍ଜୁନ ଉଭୟ ମୋନୁଙ୍କୁ ଗୁଳିମାରି ହତ୍ୟା କରିଛନ୍ତି । ମର୍ଡର ପରେ ଦୁଇ ଅଭିଯୁକ୍ତ ଫେରାର୍ ରହିଛନ୍ତି ।

ବିଧାନସଭା ଇନ୍ଦୋର-୩ର ରାଜନୀତିରେ ହସ୍ତକ୍ଷେପ କରିଥିବା ମୋନୁଙ୍କୁ ପୂର୍ବତନ ବିଧାୟକ ଆକାଶ ବିଜୟଭର୍ଗିଆ, କୈଳାଶ ବିଜୟଭର୍ଗିଆଙ୍କ ପୁତ୍ରମାନଙ୍କ ମଧ୍ୟରେ ଗଣାଯାଉଥିଲା । ରବିବାର ୨୩ଜୁନ ଅଲସୁବହ ମୋନୁ କଲ୍ୟାଣେଙ୍କୁ ଗୁଳି କରାଯାଇଛି । ମୋନୁଙ୍କୁ ତାଙ୍କ ସାଙ୍ଗ ସାଙ୍ଗ ହସ୍ପିଟାଲକୁ ନେଇ ଯାଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । କୁହାଯାଉଛି ଯେ, ପୁରୁଣା ପ୍ରତିଦ୍ୱନ୍ଦ୍ୱିତା ହେତୁ ଏଭଳି ଗୁଳିକାଣ୍ଡ ଘଟିଛି ।

Kailash Vijayvargiya s aide shot dead in Indore

ମୋନୁ ମୋବାଇଲ୍ ବାହାର କରିବା ମାତ୍ରେ ଦୁର୍ବୃତ୍ତମାନେ ମୋନୁଙ୍କୁ ଉପାରକୁ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଦୁର୍ବୃତ୍ତମାନେ ୩ରୁ ୪ ରାଉଣ୍ଡ ଗୁଳିମାଡ କରିଥିଲେ । ଏଥିରେ ମୋନୁଙ୍କ ଛାତିରେ ଗୁଳି ବାଜିଛି । ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ । ପରେ ସାଙ୍ଗମାନେ ତାଙ୍କୁ ଡାକ୍ତରଖାନା ନେଇଥିଲେ, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଅଭିଯୁକ୍ତମାନେ ନିକଟରେ ଠିଆ ହୋଇଥିବା ମୋନୁଙ୍କ ସାଙ୍ଗମାନଙ୍କ ଉପରକୁ ମଧ୍ୟ ଗୁଳିମାଡ କରିଥିଲେ । କିନ୍ତୁ ସୌଭାଗ୍ୟବଶତଃ ସେମାନେ ବଞ୍ଚି ଯାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+