ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି,୧୭ ସହରରେ ନିଷିଦ୍ଧ ହେବ ମଦ ବିକ୍ରି
ମଧ୍ୟ ପ୍ରଦେଶ ସରକାର ରାଜ୍ୟର ଧାର୍ମିକ ସ୍ଥଳୀ ଥିବା ୧୭ଟି ସହରରେ ମଦ ବିକ୍ରିକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଖରଗୋନ୍ ଜିଲ୍ଲାର ଲୋକମାତା ଅହଲ୍ୟାବାଈ ପବିତ୍ର ସହର ଭାବେ ପରିଚିତ ମାହେଶ୍ୱରରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଏପ୍ରିଲ୍ ପହିଲାରୁ ସମ୍ପୃକ୍ତ ୧୭ଟି ସହରର ୪୭ଟି ମଦ ଦୋକାନ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହି ୧୭ଟି ସହର ମଧ୍ୟରେ ଉଜ୍ଜୟିନୀ, ମଇହାର, ଓଁକାରେଶ୍ୱର, ମାହେଶ୍ୱର, ଚିତ୍ରକୂଟ, ଅମରକଣ୍ଟକ ଭଳି ସହର ରହିଛି ।
କ୍ୟାବିନେଟ ବୈଠକ ପୂର୍ବରୁ, ମୁଖ୍ୟମନ୍ତ୍ରୀ ମୋହନ ଯାଦବ ତାଙ୍କ କ୍ୟାବିନେଟ ସହଯୋଗୀଙ୍କ ସହିତ ନର୍ମଦା ନଦୀ କୂଳରେ ପୂଜା କରିଥିଲେ ଏବଂ ରାଜ୍ୟର ପ୍ରଗତି ପାଇଁ ପ୍ରାର୍ଥନା କରିଥିଲେ । ଏହି ଅବସରରେ, ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଯେ ରାଜ୍ୟ ସରକାର ଏହି ଐତିହ୍ୟକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ କରୁଛନ୍ତି ।

ଏହି କ୍ରମରେ, ରାଣୀ ଅହଲ୍ୟା ବାଈଙ୍କ ୩୦୦ତମ ଜନ୍ମବାର୍ଷିକୀ ଅବସରରେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ବର୍ଷର ଦଶହରା ମଧ୍ୟ ତାଙ୍କୁ ଉତ୍ସର୍ଗୀକୃତ । ଇନ୍ଦୋରରେ ଅସ୍ତ୍ର ପୂଜା କରାଯାଇଛି । ଆଜି ଏଠାରେ କ୍ୟାବିନେଟ୍ ବୈଠକ ହେଉଛି ଏବଂ ଏଥିରେ ଜନହିତକର ଅନେକ ନିଷ୍ପତ୍ତି ନିଆଯିବ ।












Click it and Unblock the Notifications