ଏହି ରାଜ୍ୟ ସରକାରଙ୍କର ବଡ଼ ଘୋଷଣା: ଚାକିରିରେ ମହିଳାଙ୍କୁ ମିଳିବ ୩୫% ସଂରକ୍ଷଣ
Madhya Pradesh News: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ପୂର୍ବରୁ ଶିବରାଜ ସିଂ ଚୌହାନ ସରକାର ଆଉ ଏକ ମାଷ୍ଟର ଷ୍ଟ୍ରୋକ କରିଛନ୍ତି। ଏଣିକି ସମସ୍ତ ସରକାରୀ ଚାକିରି ପାଇଁ ଆଗ୍ରହୀ ମହିଳାମାନଙ୍କୁ 35% ସଂରକ୍ଷଣ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନେଇ ବିଦ୍ଧିବଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି ।
ତେବେ ରାଜ୍ୟ ସରକାରଙ୍କ ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ବର୍ତ୍ତମାନ ପ୍ରତ୍ୟକ୍ଷ ନିଯୁକ୍ତି ପଦବୀରେ ମହିଳାମାନଙ୍କୁ 35 ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବ। ଏଥିପାଇଁ ମଧ୍ୟପ୍ରଦେଶ ସିଭିଲ ସର୍ଭିସେସ୍ ନିୟମ ୧୯୯୭ରେ ସଂଶୋଧନ କରାଯାଇଛି । ଲାଡଲି ବେହେନା ଯୋଜନା ପରେ ଏହା ଶିବରାଜ ସରକାରଙ୍କ ଏକ ବଡ ପଦକ୍ଷେପ ବୋଲି ବିବେଚନା କରାଯାଉଛି ।

ଶିକ୍ଷକ ନିଯୁକ୍ତିରେ 50 ପ୍ରତିଶତ ପଦବୀ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ । ବନ ବିଭାଗ ବ୍ୟତୀତ ସମସ୍ତ ବିଭାଗର ପଦବୀରେ ଏହା ପ୍ରଯୁଜ୍ୟ ହେବ। ସମସ୍ତ ସ୍ତରରେ ସଂରକ୍ଷଣ ଉପଲବ୍ଧ ହେବ । ସୂଚନାଯୋଗ୍ୟ ଯେ ମଧ୍ୟପ୍ରଦେଶରେ ୨ କୋଟି ୬୨ ଲକ୍ଷ ମହିଳା ଭୋଟର ଅଛନ୍ତି।
ସୂଚନାଥାଉ ଯେ, ଲୋକସଭା ଏବଂ ବିଧାନସଭାରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ବିଲ୍ ପାରିତ ହୋଇଥିବା ବେଳେ ମଧ୍ୟପ୍ରଦେଶ ସରକାର ଗୋଟିଏ ପାଦ ଆଗରେ ଅଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଯିଏ, ପଞ୍ଚାୟତ ଓ ମ୍ୟୁନିସିପାଲଟି ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ।
ସେହିପରି ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ 'ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା', 'ଲାଡଲି ବେହନା ଯୋଜନା' ମଧ୍ୟ ଲଞ୍ଚ୍ କରିସାରିଛନ୍ତି । ତେବେ ଏହି ଯୋଜନାରେ ରାଜ୍ୟର ୧୩.୨ ମିଲିୟନ୍ ମହିଳା ଉପକୃତ ହେବେ । ବର୍ତ୍ତମାନ ୧୨୫୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।












Click it and Unblock the Notifications