ରକ୍ଷାବନ୍ଧନ ପୂର୍ବରୁ ମୋହନ ସରାକର ଦେଲେ ବଡ଼ ଉପହାର, ଜାଣନ୍ତୁ ସେହି ଉପହାର କେଉଁ ମାନଙ୍କୁ ମିଳିବ
ଭୋପାଳ: ରକ୍ଷାବନ୍ଧନ ପୂର୍ବରୁ ରାଜ୍ୟବାସୀଙ୍କୁ ବଡ଼ ଉପହାର ଦେଲେ ରାଜ୍ୟ ସରାକର । ମଧ୍ୟପ୍ରଦେଶର ଲାଡଲୀ ବହେନମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସରକାର ରାଖୀ ଉପହାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଶନିବାର ଦିନ ସେ ଏକ କ୍ଲିକ୍ ମାଧ୍ୟମରେ ଲାଡଲୀ ବହେନ ଯୋଜନାର ସମସ୍ତ ହିତାଧିକାରୀଙ୍କୁ ରାଖୀ ଉପହାରର ୨୫୦ଟଙ୍କା ସହିତ ମୋଟ ୧୫୦୦ ଟଙ୍କା ବ୍ୟାଙ୍କ ଖାତାକୁ ପଠାଇଛନ୍ତି।
ଏଥିରେ ଲାଡଲୀ ବହେନ ଯୋଜନାର ୧୫ତମ କିସ୍ତିର ୧୨୫୦ ଟଙ୍କା ମଧ୍ୟ ରହିଛି। ଏହା ସହ ରକ୍ଷାବନ୍ଧନ ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ସେମାନଙ୍କ ପ୍ରେମ ଏବଂ ସ୍ନେହକୁ ସର୍ବଦା ମନେ ରଖିବାକୁ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ରକ୍ଷାବନ୍ଧନରେ ଭଉଣୀମାନଙ୍କୁ ଉପହାର ଦେବା ଆମ ସଂସ୍କୃତିକୁ ପ୍ରତିଫଳିତ କରିଥାଏ।

ମୁଁ ଖୁସି ଯେ ମୁଁ ଏହି ଅବସରରେ ଗୋଟିଏ କ୍ଲିକ୍ ମାଧ୍ୟମରେ ପ୍ରତ୍ୟେକ ଭଉଣୀଙ୍କ ଆକାଉଣ୍ଟରେ ୨୫୦ ଟଙ୍କା ଜମା କରୁଛି । ରାଜ୍ୟର ୨୫ ହଜାରରୁ ଅଧିକ ସ୍ଥାନରେ ଏହା କରାଯିବ। ମୁଁ ନିଜେ ଆଜି ଶୋପୁର ଜିଲ୍ଲାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କରିଛି ।












Click it and Unblock the Notifications