For Quick Alerts
Turn On Notification  
For Daily Alerts
Oneindia App Download

ସିଦ୍ଧି ବସ୍ ଦୁର୍ଘଟଣା : ବର୍ତ୍ତମାନ ସୁଦ୍ଧା 42 ମୃତଦେହ ଉଦ୍ଧାର, କ୍ଷତିପୂରଣ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ବସ୍ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ସିଦ୍ଧି ଜିଲ୍ଲାପାଳ ରବିନ୍ଦ୍ର କୁମାର ଚୌଧୁରୀ କହିଛନ୍ତି, ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା 42 କୁ ବୃଦ୍ଧି ପାଇଛି ।

|

ଭୋପାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ସିଦ୍ଧିରେ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ସହ ଗୁରୁତର ଆହତଙ୍କୁ 50,000 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେବା ନେଇ ଘୋଷଣା କରିଛନ୍ତି । ଏହି ବସ୍ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ସିଦ୍ଧି ଜିଲ୍ଲାପାଳ ରବିନ୍ଦ୍ର କୁମାର ଚୌଧୁରୀ କହିଛନ୍ତି, ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା 42 କୁ ବୃଦ୍ଧି ପାଇଛି ।

sidhi-bus-accident

ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ସିଦ୍ଧିରୁ ସତନା ଅଭିମୁଖେ ଯାଉଥିବା ଏକ ବସ୍ ଭାରସାମୟ ହରାଇ କେନାଲ ଭିତରକୁ ଖସିପଡ଼ିଥିଲା । ଏହି ବସରେ ମୋଟ ଜଣଯାତ୍ରୀ ଥିଲେ । ଉଦ୍ଧାର କାର୍ଯ୍ୟ ଚାଲିଛି |

ମୁଖ୍ୟମନ୍ତ୍ରୀ ନିବାସରେ ପରିବହନ ମନ୍ତ୍ରୀ ଗୋବିନ୍ଦ ରାଜପୁତ ପହଞ୍ଚି ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ଆଲୋଚନା କରୁଛନ୍ତି । ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ତାଙ୍କର ଆସନ୍ତାକାଲିର ସମସ୍ତ କାର୍ଯ୍ୟକ୍ରମ ପାଇଁ ସ୍ଥଗିତ ରଖିଛନ୍ତି । ଆସନ୍ତାକାଲି ଦାମୋହରେ ଧାର୍ଯ୍ୟ ହୋଇଥିବା ସମସ୍ତ କାର୍ଯ୍ୟକ୍ରମ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି ।

ଦ୍ୱିପହର ପର୍ଯ୍ୟନ୍ତ 42 ମୃତଦେହ ଉଦ୍ଧାର
ମଙ୍ଗଳବାର ସକାଳ ପ୍ରାୟ 7.30 ସମୟରେ ମଧ୍ୟପ୍ରଦେଶର ସିଦ୍ଧ ଜିଲ୍ଲାର ରାମପୁରର ନୌକିନ୍ ଅଞ୍ଚଳର ନିକଟରେ 54 ଯାତ୍ରୀଙ୍କୁ ନେଇ ଯାଉଥିବା ବସ ଭାରସମ୍ୟ ହରାଇ ବାଣସାଗରଲ କେନାଲକୁ ଖସିପଡ଼ିଥିଲା । ଦିନ ଦ୍ୱିପହର ପର୍ଯ୍ୟନ୍ତ 42ଟି ମୃତଦେହ ଉଦ୍ଧାର କରାଯାଇଛି । ଛ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବାବେଳେ ଡ୍ରାଇଭର ନିଜେ ପହଁରି ପଳେଇ ଆସିଥଲେ । ଅବଶିଷ୍ଟ ଲୋକ ଏବେ ବି ନିଖୋଜ ଅଛନ୍ତି, ସେମାନଙ୍କୁ ଉଦ୍ଧାର କରିବା ପାଇଁ SDRF ଦଳ ଖୋଜୁଛନ୍ତି । ଏକ କ୍ରେନ୍ ସାହାଯ୍ୟରେ ବସକୁ ବାହାର କରାଯାଇଛି । ଅବହେଳା ଅଭିଯୋଗରେ ଡ୍ରାଇଭରକୁ ପୋଲିସ ଅଟକ ରଖିଛି ।

ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ କ୍ଷତିପୂରଣ ଘୋଷଣା

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଟ୍ୱିଟ କରି କହିଛନ୍ତି ମନ୍ତ୍ରୀ ତୁଲସୀ ସିଲାଭାଟ ଏବଂ ରାମଖେଲାଭାନ ପଟେଲ ତୁରନ୍ତ ଘଟଣାସ୍ଥଳକୁ ଯାଉଛନ୍ତି । ଏହି ଦୁର୍ଘଟଣାରେ ଆମର ଯେଉଁ ଭାଇ ଓ ଭଉଣୀମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାର ଲୋକଙ୍କୁ 5ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଯୋଗାଇଦିଆଯିବ । ସମସ୍ତଙ୍କୁ ଧର୍ଯ୍ୟ ରଖିବାକୁ ନିବେଦନ କରିବା ସହ ସମଗ୍ର ରାଜ୍ୟବାସୀ ଆପଣଙ୍କ ସହ ଅଛନ୍ତି ବୋଲି ଟ୍ୱିଟରେ ଲେଖିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
As many as 42 dead bodies rescued from the canal in bus accident in Sidhhi district of Madhya Pradesh.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X