ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ:୧୫ ମୃତ

ମଧ୍ୟପ୍ରଦେଶ:ମଧ୍ୟ ପ୍ରଦେଶରେ ବଡ଼ ସଡ଼କ ଦୁର୍ଘଟଣା । ପୋଲରୁ ଖସିଲା ଯାତ୍ରୀବାହୀ ବସ ୧୫ ମୃତ, ୨୫ ଆହତ । ଖରଗୋନରେ ଏକ ବସ ପୋଲ ତଳକୁ ଖସି ପଡ଼ିଛି । ମୃତାହତଙ୍କୁ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ । ମଙ୍ଗଳବାର ସକାଳେ ଏହି ଦୁର୍ଘଟଣା ଘଟିଥିବା ନେଇ ରହିଛି ସୂଚନା ।

ସୂଚନା ଅନୁସାରେ, ବସଟି ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଇନ୍ଦୋର ଯାଉଥିବା ବେଳେ ହାଥିନୀ ନଦୀ ଉପରେ ଭାରାସାମ୍ୟ ହରାଇ ପୋଲ ବାଡ଼ ଭାଙ୍ଗି ତଳକୁ ଖସିପଡିଥିଲା । ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

accident

ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଆହତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଯାଇଥିଲା । ଯେଉଁଠି ଡାକ୍ତର ୧୫ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ୨୦ ଗୁରୁତରଙ୍କର ଚିକିତ୍ସା ଚାଲିଛି । ସମସ୍ତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକର ବହନ କରିବେ ବୋଲି ଘୋଷଣା କରାଯାଇଛି ।

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ତେବେ ବସଟି ଦ୍ରୁତ
ଗତିରେ ଯାଉଥିବେ ବେଳେ ଭାରସ୍ୟାମ ହରାଇ ଦୁର୍ଘଟଣା ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+