ଫ୍ୟାକ୍ଟ୍ରିର ଲିକ୍ ହେଲା ବିଷାକ୍ତ ଗ୍ୟାସ୍: ୫ମୃତ
ମଧ୍ୟପ୍ରଦେଶ: ଫ୍ୟାକ୍ଟ୍ରିରେ ଲିକ୍ ହେଲା ବିଷାକ୍ତ ଗ୍ୟାସ୍ । ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ନେଇ ସୂଚନା ରହିଛି । ଏପରି ଅଘଟଣ ମଧ୍ୟପ୍ରଦେଶର ମୋରେନା ସ୍ଥିତ ଏକ ଖାଦ୍ୟ ପ୍ରସ୍ତୁକ କାରଖାନାରେ ଘଟିଛି । ଏହି ଦୁର୍ଘଟଣା ପାଇଁ କମ୍ପାନୀ ମାଲିକଙ୍କୁ ଦାୟି କରିଛନ୍ତି ଲୋକେ । କମ୍ପୀନୀ ନିକଟରେ ଉତ୍ତେଜାନ ଦେଖାଦେଇଛି ।
VIDEO | Five workers killed allegedly after inhaling suspected poisonous gas at a factory in MP's Morena earlier today. More details are awaited. pic.twitter.com/w5NhFoLDvP
— Press Trust of India (@PTI_News) August 30, 2023
ମଧ୍ୟପ୍ରଦେଶର ମୋରେନା ସ୍ଥିତ ଏକ ଫୁଡ୍ ଫ୍ୟାକ୍ଚ୍ରିରେ ପୂର୍ବାହ୍ନ ୧୧ ଟା ବେଳେ କୌଣସି କାରଣରୁ ଏକ ବିଷାକ୍ତ ଲିକ୍ ହୋଇଥିଲା । ଏହି ସମୟରେ କାରଖାନାରେ ଶ୍ରମିକମାନେ କାର୍ଯ୍ୟ କରୁଥିଲେ । ସେହିପରି ବାହାରେ ଥିବା ଆଉ ଦୁଇ ଶ୍ରମିକ ଗନ୍ଧ ବାରି ପ୍ୟାକ୍ଟ୍ରି ଭିତରକୁ ଯାଇଥିଲେ । ଫଳରେ ସେମାନ ଅସୁସ୍ଥ ହୋଇପଡିଥିଲେ । ସମସ୍ତ ଆହତ ଶ୍ରମିକଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ଚିତିତ୍ସାଧିନ ଅବସ୍ଥାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସେପଟେ ସୂଚନା ପାଇଁ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଅନ୍ୟପକ୍ଷରେ ପୋଲିସ ଏବଂ ପ୍ରଶାସନର ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ ତଦନ୍ତ ଆରମ୍ଭ କରିବା ସହ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ତେବେ କେଉଁ କାରଣରୁ ଗ୍ୟାସ ଲିକ୍ ହେଲା ତାର ଅନୁସନ୍ଧାନ ଜାରି ରହିଛି । ସେପେଟେ ମୃତକଙ୍କ ପରିବାର ଲୋକେ ଏହି ଦୁର୍ଘଟଣା ପାଇଁ ଫ୍ୟାକ୍ଟ୍ରି ମାଲିକଙ୍କୁ ଦାୟୀ କରିବା ସହ ଥାନା ଏତଲା ଦେଇଛନ୍ତି । ସମସ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି । ସମସ୍ତ ମୃତଙ୍କ ପରିବାରକୁ ଆଇନଗତ ସହାୟତା ଯୋଗାଇ ଦିଆଯିବ ଏବଂ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ଯାହା ପରେ ପିରିସ୍ଥିତି ଆୟତକୁ ଆସିଥିବା ନେଇ ସୂଚନା ରହିଛି ।












Click it and Unblock the Notifications