ମଧ୍ୟପ୍ରଦେଶ: କାରରୁ 40ଟି ପିସ୍ତଲ ଜବତ, ଅଭିଯୁକ୍ତ ଫେରାର

ସୋମବାର ସକାଳେ ଇନ୍ଦୋରର ରାଉ ଅଞ୍ଚଳରେ ଆଗ୍ରା-ମୁମ୍ବାଇ ଜାତୀୟ ରାଜପଥରେ ହରିୟାଣା ପଞ୍ଜୀକୃତ କାରକୁ ପୋଲିସ ଅଟକାଇଥିଲା।

ଭୋାପାଳ: ମଧ୍ୟପ୍ରଦେଶର ଖାରଗୋନ ଜିଲ୍ଲାରେ ପୋଲିସ ହାତରେ ପିସ୍ତଲ ଭର୍ତ୍ତି କାର । ଖବର ପାଇ କାରଟିକୁ ଗୋଡାଇ ଗୋଡାଇ ପୋଲିସ ଧରିବା ପରେ 40ଟି ପିସ୍ତଲ ସମେତ ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରିଛି। ଏନେଇ ମଙ୍ଗଳବାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ପୋଲିସ କମିଶନର ହରି ନାରାୟଣଚାରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ସୋମବାର ସକାଳେ ଇନ୍ଦୋରର ରାଉ ଅଞ୍ଚଳରେ ଆଗ୍ରା-ମୁମ୍ବାଇ ଜାତୀୟ ରାଜପଥରେ ହରିୟାଣା ପଞ୍ଜୀକୃତ କାରକୁ ପୋଲିସ ଅଟକାଇଥିଲା।

pistol

ଏହାପରେ କାରରେ ଯାତ୍ରା କରୁଥିବା ଚାରି ଜଣ ଲୋକ ଇନ୍ଦୋରଠାରୁ ପ୍ରାୟ 90 କିଲୋମିଟର ଦୂରରେ ଥିବା ଖାଲଘାଟରେ ପହଞ୍ଚିଥିଲେ। ଯେଉଁଠାରେ ସେମାନେ ପୁନର୍ବାର ଏକ ପୋଲିସ ଗାଡିକୁ ଧକ୍କା ଦେଇଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି। କ୍ରମାଗତ ଗୋଡ଼ାଇ ଗୋଡ଼ାଇ ପୋଲିସ ଅବରୋଧ ପରେ ଆନ୍ତଃରାଜ୍ୟ ଗ୍ୟାଙ୍ଗର ଅଭିଯୁକ୍ତ ମାନେ ଖାରଗୋନ ଜିଲ୍ଲାର ସାନୱାଡ ଅଞ୍ଚଳରେ କାର ଛାଡି ଘନ ଜଙ୍ଗଲ ଆଡକୁ ପଳାଇଯାଇଥିଲେ ବୋଲି ସେ କହିଛନ୍ତି।

ଏହି ଗାଡିରୁ ଅତି କମରେ 40ଟି ପିସ୍ତଲ ପାଞ୍ଚଟି କାର୍ଟ୍ରିଜ୍ ଉଦ୍ଧାର କରାଯାଇଛି । ଯେଉଁଥିରେ ହରିୟାଣା ପଞ୍ଜୀକରଣ ନମ୍ବର ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି। ଏହି ଜବତ ହୋଇଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକ ବିଦେଶୀ ବୋଲି ଜଣାପଡିଛି । ଫେରାର ଅଭିଯୁକ୍ତଙ୍କୁ ପୋଲିସ ଖୋଜାଖୋଜି ଆରମ୍ଭ କରିବା ସହିତ ତଦନ୍ତ ଆରମ୍ଭ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+