ଆଧୁନିକ ଯୁଦ୍ଧ ବିମାନ ନିର୍ମାଣକୁ ଦେଲା କେନ୍ଦ୍ରର ଅନୁମୋଦନ
ଭାରତରେ ନିର୍ମାଣ ହେବାକୁ ଥିବା ୫ମ ପିଢିର ଲଢୁଆ ବିମାନ ଅର୍ଥାତ୍ ଆଡଭାନ୍ସ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ(AMCA)ର ଉତ୍ପାଦନ ମଡେଲକୁ ମଞ୍ଜୁରି ମିଳିଯାଇଛି । କେନ୍ଦ୍ର ସରକାର ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟ ଜଣାଇଛି କି ଏୟାରକ୍ରାଫ୍ଟକୁ ପ୍ରସ୍ତୁତ କରିବା ପାଇଁ ସରକାରୀ କମ୍ପାନୀ ସହିତ ଘରୋଇ କମ୍ପାନୀଙ୍କୁ ମଧ୍ୟ ବୋଲି ଲଗାଇବାକୁ ସୁଯୋଗ ଦିଆଯିବ । ଏୟରୋନୋଟିକଲ ଡେଭଲପମେଣ୍ଟ ଏଜେନ୍ସି(ଏଡିଏ) ଖୁବ୍ ଶୀଘ୍ର ଏଥିପାଇଁ ଏକ୍ସପ୍ରେସନ ଅଫ୍ ଇଣ୍ଟ୍ରେଷ୍ଟ(ଇଓଆଇ) ଜାରି କରିବ ।
ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଏହି କାର୍ଯ୍ୟକ୍ରମ ଅଡ଼ଭାନ୍ସଡ ମିଡିଅମ କମ୍ବାଟ ଏୟାରକ୍ରାଫ୍ଟ (AMCA) ନାମରେ ପରିଚିତ, ଯାହା ଏକ ପଞ୍ଚମ ପିଢ଼ିର ଦୁଇ ଇଞ୍ଜିନ ବିଶିଷ୍ଟ ଗୁପ୍ତ ଯୁଦ୍ଧ ବିମାନ ନିର୍ମାଣ କରିବ। ଏହି ପ୍ରୋଜେକ୍ଟ ଭାରତୀୟ ବାୟୁସେନା (IAF) ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ବାୟୁସେନାର ସ୍କ୍ୱାଡ୍ରନ ସଂଖ୍ୟା ଅନୁମୋଦିତ ୪୨ରୁ ହ୍ରାସ ପାଇ ୩୧କୁ ଆସିଛି, ଯେତେବେଳେ ପ୍ରତିଦ୍ୱନ୍ଦୀ ଚୀନ ନିଜର ବାୟୁସେନାକୁ ଦ୍ରୁତ ଗତିରେ ବିସ୍ତାର କରୁଛି।
ଭାରତୀୟ ରାଷ୍ଟ୍ରାୟତ୍ତ ଏୟାରୋନଟିକାଲ ଡେଭେଲପମେଣ୍ଟ ଏଜେନ୍ସି (ADA) ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରୁଛି ଏବଂ ଶୀଘ୍ର ପ୍ରୋଟୋଟାଇପ ବିକାଶ ପାଇଁ ପ୍ରତିରକ୍ଷା କମ୍ପାନୀମାନଙ୍କଠାରୁ ପ୍ରାରମ୍ଭିକ ଆଗ୍ରହ ଆହ୍ୱାନ କରିବ। ଏହି ବିମାନର ଡିଜାଇନ ଆମେରିକାର F-35 ସହ ସାମଞ୍ଜସ୍ୟ ରଖୁଥିବା ବେଳେ, ଏହାର ସର୍ବାଧିକ ଟେକଅଫ ଓଜନ ୨୫ ଟନ ହେବ ଏବଂ ଏହା ଦୁଇ ଇଞ୍ଜିନ ଦ୍ୱାରା ଚାଳିତ ହେବ।

ଏପ୍ରିଲ ୨୦୨୪ରେ ସୁରକ୍ଷାରେ କ୍ୟାବିନେଟ୍ ସମିତି ୫ମ ପିଢିର ସ୍ବଦେଶୀ ଫାଇଟର ଜେଟର ଡିଜାଇନ୍ ଓ ବିକାଶ ପାଇଁ ୧୫ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ଦେଇଥିଲା । ଏହି ଯୁଦ୍ଧ ବିମାନ ଆଡଭାନ୍ସ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ(ଏଏମସିଏ) । ଏହାକୁ ଡିଜାଇନ୍ ଓ କାର୍ଯ୍ୟକାରୀ କରିବା ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ପ୍ରତିଷ୍ଠାନର ଏକ ନୋଡାଲ ଏଜେନ୍ସି ଏଡିଏ ଦାୟିତ୍ବ ସମ୍ଭାଳିଛି ।
ଏହା ଭାରତୀୟ ବାୟୁ ସେନାର ଅନ୍ୟ ଯୁଦ୍ଧ ବିମାନଠୁ ଉତ୍ତମ ହେବ । ଶତ୍ରୁର ରାଡାରରୁ ରକ୍ଷା ପାଇବା ପାଇଁ ହାଇଟେକ୍ ଷ୍ଟିଲ୍ଥ ଟେକ୍ନୋଲୋଜି ବିଶିଷ୍ଟ ହେବ । ଅନ୍ତର୍ଜାତୀୟ ସ୍ତରରେ ବ୍ୟବହାର ହେଉଥିବା ୫ମ ପିଢିର ଅନ୍ୟ ଷ୍ଟିଲ୍ଥ ବିମାନଠୁ ଅତ୍ୟାଧୁନିକ ହେବ । ଏହା ଦେଶରେ ବିକଶିତ ହେଉଥିବା ଦ୍ବିତୀୟ ଯୁଦ୍ଧ ବିମାନ ହେବ । ଏହା ପୂର୍ବରୁ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ(ଏଲସିଏ) ତେଜସ୍ ଓ ତେଜସ ମାର୍କ-୧କୁ ପ୍ରସ୍ତୁତ କରାଯାଇସାରିଛି । ଏହାର ଅତ୍ୟାଧୁନିକ ସଂସ୍କରଣ ମାର୍କ-୧-ଏ ଉପରେ କାମ ଚାଲିଛି । ସୂଚନା ଅନୁସାରେ ଏଏମସିଏ ୨୦୩୫ ସୁଦ୍ଧା ଏୟାରଫୋର୍ସ ଓ ନେଭିରେ ନିଯୁକ୍ତି ପାଇଁ ଉପଲବ୍ଧ ହେବ ।












Click it and Unblock the Notifications