ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଚାପୁଡ଼ା ମାରିଲେ ପତ୍ନୀ!
ଦେଶର ପ୍ରଥମ ନାଗରିକ ବା ରାଷ୍ଟ୍ରପତିଙ୍କୁ ଶକ୍ତିଶାଳୀ ବ୍ୟକ୍ତିତ୍ବ ଭାବେ ବିବେଚନା କରାଯାଇଥାଏ। ବିଶ୍ବର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କୁ ତାଙ୍କ ସ୍ତ୍ରୀ ଚାପୁଡା ମାରିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଏତନାମରେ ବିମାନରୁ ଓହ୍ଲାଇବା ସମୟର ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଏବେ ଏହାର ସ୍ପଷ୍ଟୀକରଣ ଦେଇଛନ୍ତି ମାକ୍ରୋନ । ହାନୋଇରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ମାକ୍ରନ୍ କହିଥିଲେ ଯେ ଏହା କୌଣସି ଝଗଡ଼ା ନୁହେଁ ବରଂ "ଆମେ ପରସ୍ପର ସହିତ ମଜା କରୁଥିଲୁ।"

ସୂଚନା ଅନୁସାରେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଭିଏତନାମ ପହଞ୍ଚିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ତାଙ୍କ ପତ୍ନୀ ବ୍ରିଜିଟ୍ ମାକ୍ରନ ବିମାନରୁ ଓହ୍ଲାଇବା ମାତ୍ରେ ତାଙ୍କ ମୁହଁରେ ଚାପୁଡ଼ା ମାରୁଥିବାର ଦେଖାଯାଇଛି। ଏହି ସମୟରେ ଅନ୍ୟ ବରିଷ୍ଠ ଅଧିକାରୀମାନେ ପାଖରେ ଥିବାରୁ ମାକ୍ରୋନ କିଛି ସମୟ ଲଜ୍ଜିତ ଦେଖାଯାଉଥିଲେ । ପରେ ସେ ନିଜକୁ ସମ୍ଭାଳି ବିମାନରୁ ତଳକୁ ଓହ୍ଲାଇଲେ ।
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ତାଙ୍କର ଦକ୍ଷିଣ-ପୂର୍ବ ଏସିଆ ଗସ୍ତ ଆରମ୍ଭ କରିବା ପାଇଁ ରବିବାର ସନ୍ଧ୍ୟାରେ ହାନୋଇ (ଭିଏତନାମ)ରେ ପହଞ୍ଚିଛନ୍ତି। ଯଦିଓ ଏହା ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଗସ୍ତ ଥିଲା, ଆଲୋଚନାର କେନ୍ଦ୍ରବିନ୍ଦୁ ଉକ୍ତ ଭିଡିଓ କ୍ଲିପ୍ ହୋଇଯାଇଛି, ଯାହାକି ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି।












Click it and Unblock the Notifications