ମନ୍ କି ବାତ୍: କୋଭିଡ୍ ଟୀକାକରଣର ସଫଳତା ପାଇଁ ଧନ୍ୟବାଦ ଦେଲେ ମୋଦି
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ "ମନ୍ କି ବାତ୍" କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ କୋବିଡ ଟିକକରଣର ସଫଳତା ପାଇଁ ସମସ୍ତଙ୍କୁ ଶୁଭେଛା ଜଣାଇଛନ୍ତି। ଦେଶର ଟିକାକରଣ ଅଭିଯାନକୁ ପ୍ରଶଂସା କରିବା ସହ ଅକ୍ଳାନ୍ତ କଠିନ ଶ୍ରମ କରିଥିବା ସ୍ୱାସ୍ଥ୍ୟସେବା କର୍ମୀଙ୍କୁ ଅଭିବାଦନ ଜଣାଇ କହିଛନ୍ତି ଯେ, ନାଗରିକମାନଙ୍କୁ ଟିକା ଦେବାରେ ସେମାନେ ସବୁ ପ୍ରକାର ଉଦ୍ୟମ କରିଛନ୍ତି। ଦେଶର ଏକତା ଏବଂ ମହାନତା ପାଇଁ କିଛି ନା କିଛି କରିବା ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଭାରତବାସୀଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଏହି କାମ କେତେ ଆତ୍ମସନ୍ତୋଷ ଦେବ ତାହା ଆପଣମାନେ ହୃଦୟଙ୍ଗମ କରିପାରିବେ ।

୮୨ତମ୍ ସଂସ୍କରଣ ଅବସରରେ ମହିଳା ପୋଲିସ କର୍ମଚାରୀଙ୍କ ଯୋଗଦାନ ସମ୍ପର୍କରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ମହିଳା ପୋଲିସ କର୍ମଚାରୀମାନେ ଭାରତର ଲକ୍ଷ ଲକ୍ଷ ଝିଅମାନଙ୍କର ଆଦର୍ଶ ପାଲଟୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ୨୦୧୪ ବେଳକୁ ପୋଲିସ ବିଭାଗରେ ପ୍ରାୟ ଦେଢ଼ ଲକ୍ଷ ମହିଳା କାର୍ଯ୍ୟରତ ଥିବା ବେଳେ ୨୦୨୦ ବେଳକୁ ଏହି ସଂଖ୍ୟା ଅଢ଼େଇ ଲକ୍ଷରେ ପହଞ୍ଚିଛି । ଏଥିସହିତ କେନ୍ଦ୍ରୀୟ ସଶସ୍ତ୍ର ବଳରେ କାର୍ଯ୍ୟରତ ମହିଳାଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । କେବଳ ମହିଳାଙ୍କ ସଂଖ୍ୟାରେ ବୃଦ୍ଧି ଘଟିନି , ସେମାନେ କଠିନରୁ କଠିନ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବା ସହ ସମ୍ପୂର୍ଣ୍ଣ ଉତ୍ସାହ ସହ କାର୍ଯ୍ୟ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।
ଏଥିସହିତ ଆଜିର 'ମନ୍ କି ବାତ୍' କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାଭାଇରସ୍ ରୋଗ ବିପକ୍ଷରେ
ସେ କହିଛନ୍ତି, ଆଗାମୀ ରବିବାର, ଅକ୍ଟୋବର ୩୧ ତାରିଖ ହେଉଛି ସର୍ଦାର୍ ପଟେଲଙ୍କ ଜୟନ୍ତୀ। 'ମନ୍ କି ବାତ୍'ର ସମସ୍ତ ଶ୍ରୋତା ଏବଂ ମୋ ତରଫରୁ, ମୁଁ ଭାରତର ଲୌହମାନବଙ୍କ ପ୍ରତି ସମ୍ମାନ ଜ୍ଞାପନ କରୁଛି। ସର୍ଦାର ପଟେଲ୍ଙ୍କ ଜୀବନ ଓ ଆଦର୍ଶରୁ ଆମେ ବହୁତ କିଛି ଶିଖି ପାରିବା। ନିକଟରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସର୍ଦାର ପଟେଲଙ୍କ ଉପରେ ଏକ ସଚ୍ଚିତ୍ର ଜୀବନୀ ପ୍ରକାଶ କରିଛି। ଏହାକୁ ନିଶ୍ଚୟ ପଢ଼ିବା ପାଇଁ ତରୁଣ ବନ୍ଧୁମାନଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହିତ ଦେଶରେ ବିକଶିତ ହେଉଥିବା ଡ୍ରୋନ୍ ଟେକ୍ନୋଲିଜ୍ ନେଇ ମଧ୍ୟ କହିଛନ୍ତି । କେନ୍ଦ୍ରର ନୂତନ 'ଡ୍ରୋନ୍ ନୀତି'ର ସଦୁପଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶର ତରୁଣମାନଙ୍କୁ କହିଛନ୍ତି। ଆମ ବିଶ୍ୱକୁ ଅଧିକ ସୁନ୍ଦର କରିବାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ। ସୂଚନା ଥାଉ କି, ନିକଟ ଅତୀତରେ ଚାନ୍ଦିପୁରରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ 'ଅଭ୍ୟାସ' ଡ୍ରୋନ୍ର ପରୀକ୍ଷଣ ସଫଳ ହୋଇଛି ।












Click it and Unblock the Notifications