ଦେଶବ୍ୟାପି ଆରମ୍ଭ ହେବ ‘ମୋ ମାଟି, ମୋ ଦେଶ’ ଅଭିଯାନ; ମନ କି ବାତରେ କହିଲେ ପ୍ରଧାନମନ୍ତ୍ରୀ
୧୦୩ତମ ମନ କି ବାତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶବ୍ୟାପି ଆରମ୍ଭ ହେବ 'ମୋ ମାଟି, ମୋ ଦେଶ' ଅଭିଯାନ ମନ୍ କି ବାତ୍ରେ ଅଭିଯାନ ବାବଦରେ କହିଲେ ପ୍ରଧାନମନ୍ତ୍ରୀ ମୋଦି । ଦେଶର ସହିଦଙ୍କୁ ସମ୍ମାନ ଜଣାଇ ଅଭିଯାନ ଆରମ୍ଭ ହେବ। ସାରା ଦେଶରେ ସହିଦଙ୍କ ସ୍ମୃତିରେ ବହୁ କାର୍ଯ୍ୟକ୍ରମ ଆୟୋଜନ ହେବ।
ମୋଦୀ ଆହୁରି କହିଛନ୍ତି ଯେ, ଦେଶର ସବୁ ପଞ୍ଚାୟତରେ ବିଶେଷ ଶିଳାଲେଖ ସ୍ଥାପନ ହେବ । ଅମୃତ କଳସ ଯାତ୍ରାର ମଧ୍ୟ ଆୟୋଜନ କରାଯିବ କହିଲେ ମୋଦି । ୭,୫୦୦ କଳସରେ ବିଭିନ୍ନ ଗାଁରୁ ମାଟି ଓ ବୃକ୍ଷ ସଂଗ୍ରହ ହୋଇ ଦିଲ୍ଲୀ ଅଣାଯିବ । ଏହି ମାଟି ଓ ବୃକ୍ଷରେ ଜାତୀୟ ଯୁଦ୍ଧ ସ୍ମାରକୀ ନିକଟରେ 'ଅମୃତ ବାଟିକା' ନିର୍ମାଣ ହେବ ।

ଦେଶ ସାମ୍ନା କରୁଥିବା ପ୍ରାକୃତିକ ବିପର୍ଯ୍ୟୟ କଥା କହିବା ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏନଡିଆରଏଫ ଦୃଢତାର ସହ କାମ କରିଛି' ତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ ସମସ୍ତଙ୍କୁ ମିଳିମିଶି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାକୁ ସେ ଆହ୍ବାନ ଜଣାଇଛନ୍ତି।
ଉତ୍ତରପ୍ରଦେଶ ଏବେ ୩୦ କୋଟି ବୃକ୍ଷରୋପଣର ରେକର୍ଡ କରିଛି' ବୋଲି ମୋଦୀ କହିଛନ୍ତି। ସେହିପରି ଆମର ପର୍ବପର୍ବାଣି, ପରମ୍ପରା ଆମକୁ ଗତିଶୀଳ କରାଏ' ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆମ ସାଂସ୍କୃତିକ ଜନଜାଗରଣ ପାଇଁ ରୋଜଗାର ମଧ୍ୟ ବଢିଛି'।
ଆମେରିକାରୁ ୨ ଜଣ ଶ୍ରଦ୍ଧାଳୁ ଅମରନାଥ ଯାତ୍ରା କରିଛନ୍ତି। ନିଜ କଳା ମାଧ୍ୟମରେ ମଧ୍ୟ ପ୍ରକୃତିର ସେବା କରିହେବ। ଦେଶକୁ ନିଶାମୁକ୍ତ କରିବା ପାଇଁ ଜୋରଦାର ଅଭିଯାନ ଜାରି ରହିଛି । ଡ୍ରଗ୍ସ ବିରୋଧରେ ବହୁତ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି ।
ଦେଶରେ ୧୨ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଡ୍ରଗ୍ସ ନଷ୍ଟ କରାଯାଇଛି'। ଦେଶର ବିକାଶ ପାଇଁ ଯୁବବର୍ଗ ନିଶାମୁକ୍ତ ହେବା ନିତ୍ୟାନ୍ତ ଦରକାର' ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଜଣାଇଛନ୍ତି।
ମୌସୁମୀ ବର୍ଷାର ଅନିୟମତା, ଦେଶର ଅଧିକାଂଶ ରାଜ୍ୟରେ ହେଉଥିବା ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଭଳି ସ୍ଥିତିର ମୁକାବିଲା ସହ ଜଳ ସଂରକ୍ଷଣ, ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ମଧ୍ୟ ଦେଇଛନ୍ତି।












Click it and Unblock the Notifications