Get Updates
Get notified of breaking news, exclusive insights, and must-see stories!

ଆଜି ନବରାତ୍ରର ଦ୍ୱିତୀୟ ଦିନ: ମା'ଙ୍କ ବ୍ରହ୍ମଚାରିଣୀ ରୂପ

Navratri 2024: ଆଶ୍ୱିନମାସ ଶୁକ୍ଳ ପକ୍ଷ ଚୈତ୍ରଶୁକ୍ଳ ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ଏ ପୂଜାର ଅଂଶ ବିଶେଷ ସ୍ୱରୂପେ ନବରାତ୍ର ପାଳନ ହୋଇଥାଏ । ଏହି ନବରାତ୍ର ନଅ ଦିନରେ ମାଆ ଦୁର୍ଗାଙ୍କ ନଅ ରୂପ ନବ ଗୌରୀ ବା ନବଦୁର୍ଗାଙ୍କୁ ଆରାଧନା କରା ଯାଏ । ଆଜି ମାଆ ବ୍ରହ୍ମଚାରିଣୀଙ୍କ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ଆଜି ମା'ଙ୍କ ବ୍ରହ୍ମଚାରିଣୀ ରୂପ ମହାନବରାତ୍ରର ଦ୍ୱିତୀୟ ଦିନରେ ମା' ବ୍ରହ୍ମଚାରିଣୀଙ୍କ ରୂପରେ ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି । ମାଆ ଦୁର୍ଗାଙ୍କର ଏହି ସ୍ୱରୂପକୁ ପୂଜା କଲେ ଭକ୍ତଙ୍କୁ ସର୍ବ ସିଦ୍ଧି ମିଳିବା ସହ ବିଜୟ ଲାଭ ହୋଇଥାଏ । ମାଆ ବ୍ରହ୍ମଚାରିଣୀଙ୍କ ଉପାସନା ମନରେ କଲେ ତପସ୍ୟା, ତ୍ୟାଗ, ସଦାଚାର, ଓ ସହନଶୀଳତା ବୃଦ୍ଧି ପାଇଥାଏ ।

Navratri 2024

ମା'ବ୍ରହ୍ମଚାରୀଣୀଙ୍କ ଦିନ ଆନନ୍ଦମୟୀ ଦେବି ଶୁକ୍ଳ ବସ୍ତ୍ର ପରିହିତା । ସହାସ୍ୟ ବଦନୀ, ମସ୍ତକରେ ମୁକୁଟ । ଡାହାଣ ହାତରେ ଜପାମାଳା ଏବଂ ବାମ ହସ୍ତରେ କମଣ୍ଡଳୁ । ବ୍ରହ୍ମଜ୍ଞାନ ପ୍ରଦାନ ଏବଂ ବ୍ରହ୍ମଙ୍କୁ ପ୍ରାପ୍ତି ଦେବୀଙ୍କ ସ୍ଵଭାବ । ଇନ୍ଦ୍ରଙ୍କୁ ବ୍ରହ୍ମଚାରିଣୀ ରୂପରେ ସେ ବ୍ରହ୍ମ ଜ୍ଞାନ ପ୍ରଦାନ କରିଥିଲେ । ଏକଦା ଦେବ ଏବଂ ଅସୁର ସଂଗ୍ରାମରେ ଦେବତାମାନେ ବିଜୟୀ ହେଲେ । ଏ ବିଜୟର ଉତ୍ସ ସେହି ମହାଦେବୀଙ୍କୁ ଦେବତା ମାନେ ଭୁଲି ଅହଙ୍କାରୀ ହୋଇ ଗଲେ । ଦେବତା ଗଣ ଏକତ୍ରିତ ହୋଇଥାନ୍ତି । ସେମାନେ ଦେଖିଲେ ଦିଗବଳୟରେ ଗୋଟିଏ ଉଜ୍ୱଳଜ୍ୟୋତି ବିନ୍ଦୁ । ଇନ୍ଦ୍ର ଅଗ୍ନିଙ୍କୁ ଏ ଜ୍ୟୋତି ବିନ୍ଦୁ କଣ ବୋଲି ପଚାରିଲେ ।

ଅଗ୍ନିଦେବ ଯାଇ ସେହି ଜ୍ୟୋତିଙ୍କୁ ପଚାରିଲେ ଆପଣ କିଏ ? ତାଙ୍କୁ ଜ୍ୟୋତି କହିଲେ ଆପଣ କିଏ କୁହନ୍ତୁ ତ? ଅଗ୍ନି କହିଲେ ମୁଁ ଅଗ୍ନି ଏ ସାରା ବ୍ରହ୍ମାଣ୍ଡକୁ ଭସ୍ମ କରିବା ଶକ୍ତି ମୋର ପାଖରେ ଅଛି । ଜ୍ୟୋତିର୍ମୟୀ ଦେବୀ ଏକ ତୃଣ ଗୁଚ୍ଛ ଦେଇ ଦଗ୍ଧ କରିବା ପାଇଁ କହିଲେ ହେଲେ ଅଗ୍ନି ଦେବତା ତାହା କରିପାରି ନଥିଲେ । ଏଣେ ଅଗ୍ନି ନ ଫେରିବାରୁ ଇନ୍ଦ୍ର ବାୟୁଙ୍କ ପ୍ରେରଣା କଲେ । ମାଆ ଅହଂକାର ଭଗ୍ନ ପାଇଁ ବାୟୁଙ୍କ ସମ୍ମୁଖରେ ତୃଣରୁ ଖଣ୍ଡିଏ ପକାଇ ଉଡ଼ାଇବାକୁ କହିଲେ । ବାୟୁ ତାହା କରି ନପାରି ଲଜ୍ଜିତ ହେଲେ । ତାପରେ ସ୍ୱୟଂ ଦେବରାଜ ଆସି ଉପସ୍ଥିତ ହେଲେ । ମାତ୍ର ଜ୍ୟୋତି କେଉଁ ଆଡେ ଅର୍ନ୍ତଧାନ ହୋଇଗଲେ ଏବଂ କିଛି ସମୟ ପରେ ତାଙ୍କ ସମ୍ମୁଖରେ ବ୍ରହ୍ମଚାରିଣୀ ରୂପରେ ଆବିର୍ଭୁତା ହେଲେ । ଦେବୀ ଇନ୍ଦ୍ରଙ୍କୁ ତାଙ୍କ ବିନା ଜଗତରେ କୌଣସି ଶକ୍ତି ନାହିଁ ବୋଲି ବୁଝାଇ ଥିଲେ ଏବଂ ବ୍ରହ୍ମଜ୍ଞାନ ପ୍ରଦାନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+