ଶିକ୍ଷିକାଙ୍କ ଫ୍ୟାରୱେଲରେ କାନ୍ଦିଲେ ଛାତ୍ରଛାତ୍ରୀ, ଭିଡିଓ ଭାଇରାଲ
ଶିକ୍ଷିକାଙ୍କ ଫ୍ୟାରୱେଲରେ କାନ୍ଦିଲେ ଛାତ୍ରଛାତ୍ରୀ । ସୋଶାଲ ମିଡିଆରେ ଭିଡିଓ ଭାଇରାଲ । ବିହାରର ଏକ ବିଦ୍ୟାଳୟର ଘଟଣା ବୋଲି ଜଣା ପଡିଛି ।
ପାଟନା: ବିହାରର ନୱାଡାରେ ଗୁରୁ ଶିଷ୍ୟ ଭିତରେ ଥିବା ପବିତ୍ର ଓ ସ୍ନେହ ସଂପର୍କ ଦେଖିବାକୁ ମିଳିଛି । ବିଦ୍ୟାଳୟରୁ ଦୀର୍ଘ 11 ବର୍ଷ ପରେ ବିଦାୟ ନେଉଥିବା ବେଳେ ଛାତ୍ରଛାତ୍ରୀମାନେ ଭୋ ଭୋ ହୋଇ କାନ୍ଦିବା ଭିଡିଓ ସାମନାକୁ ଆସିଛି । ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶିକ୍ଷିକା ଛାତ୍ରମାନଙ୍କୁ ଆଲିଙ୍ଗନ କରି ସେମାନଙ୍କୁ ନିଷ୍ଠାର ସହିତ ପଢିବା ପାଇଁ କରିବାକୁ ପରାମର୍ଶ ଦେଇଥିଲେ।

नवादा (बिहार) : शिक्षिका की विदाई पर छात्राओं की आंखें हुई नम
फूट-फूटकर रोने लगी छात्राएं#Bihar #Nawada #ViralVideo @talkshivendra pic.twitter.com/W8zrtWa94X
— Vinay Saxena (@vinaysaxenaj) September 29, 2022
ବିଦ୍ୟାଳୟରୁ ବିଦାୟ ସମୟରେ ପିଲାମାନେ ବିନିତା ପ୍ରିୟାଙ୍କ ରାସ୍ତାରେ ଠିଆ ହୋଇ ତାଙ୍କୁ ଯିବାକୁ ବାରଣ କରିଥିଲେ । ବିନିତା ପ୍ରିୟା ପିଲାମାନଙ୍କୁ ବୁଝାଇଥିଲେ ଏବଂ ସମୟ ସମୟରେ ବିଦ୍ୟାଳୟକୁ ଆସିବାକୁ ଆଶ୍ୱାସନା ଦେଇଥିଲେ। ଏହାପରେ ପିଲାମାନେ ଶାନ୍ତ ହୋଇଥିବା ଭିଡିଓରେ ଦେଖାଯାଇଛି।












Click it and Unblock the Notifications