M-ପକ୍ସ ବଢ଼ାଇଲା ଚିନ୍ତା, ସତର୍କ ରହିବାକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ

ବିଶ୍ୱ ଜରୁରୀ ସ୍ଥିତି ସୃଷ୍ଟି କରିଥିବା ମଙ୍କିପକ୍ସ ବା M-ପକ୍ସକୁ ନେଇ ବଢ଼ିଲା ଭାରତର ଚିନ୍ତା। ଉଚ୍ଚସ୍ତରୀୟ ସମୀକ୍ଷା କରି ଆଗୁଆ ସତର୍କ ରହିବାକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ମଙ୍କିପକ୍ସ ସଂକ୍ରମଣ ସ୍ଥିତି ଓ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ନଡ୍ଡା।

jp nadda

ଏବେ ସୁଦ୍ଧା ଭାରତରେ କୌଣସି ଏମ୍-ପକ୍ସ ସଂକ୍ରମଣ ମାମଲା ଚିହ୍ନଟ ହୋଇନି। ତେବେ ଏୟାରପୋର୍ଟ, ସାମୁଦ୍ରିକ ବନ୍ଦର ଓ ସ୍ଥଳସୀମାରେ ହେଲ୍‌ଥ ୟୁନିଟକୁ ସଚେତନ କରିବାକୁ, ଟେଷ୍ଟି ଲାବ୍ ପ୍ରସ୍ତୁତ କରିବାକୁ ଏବଂ ସଂକ୍ରମଣ ସ୍ଥିତି ଉପୁଜିଲେ ଚିହ୍ନଟ, ସଙ୍ଗରୋଧ ଓ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ଥିତି ଉପରେ କଡ଼ା ନଜର ରଖିଛି ବୋଲି ଏହି ବୈଠକ ପରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ନଡ୍ଡା। ରୋଗକୁ ବ୍ୟାପିବାରେ ରୋକିବା ପାଇଁ ଏବଂ ସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ ସରକାର ସବୁ ପ୍ରକାର ଆଗୁଆ ପଦକ୍ଷେପ ନେଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

କହିରଖୁ ଯେ, ମଙ୍କିପକ୍ସ ଜୀବାଣୁ ଏପର୍ଯ୍ୟନ୍ତ ବିଶ୍ୱର ୭୦ ଟି ଦେଶରେ ବ୍ୟାପିଛି। ୧୫ଟି ଦେଶରେ ତାଜା ସଂକ୍ରମଣ ହୋଇଛି। ପଡୋଶୀ ପାକିସ୍ତାନର ନାମ ମଧ୍ୟ ଏଥିରେ ସାମିଲ ଅଛି। ଏହା ବ୍ୟତୀତ ମଙ୍କିପକ୍ସ ଉଗାଣ୍ଡା, କଙ୍ଗୋ, ରୁୱାଣ୍ଡା, କେନିଆ, ବୁରୁଣ୍ଡି ଏବଂ ସ୍ୱିଡେନକୁ ମଧ୍ୟ ବ୍ୟାପିଛି।

ପ୍ରାୟ ୧୪,୦୦୦ ମାମଲା ସାମ୍ନାକୁ ଆସିଥିବା ବେଳେ ଏହି ରୋଗରେ ସଂକ୍ରମିତ ହୋଇ ବର୍ତ୍ତମାନ ସୁଦ୍ଧା ୫୪୨ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ସୂଚନାଯୋଗ୍ୟ, ୨୦୨୨ ମସିହାରେ ଏହି ମହାମାରୀ ଆମେରିକା ଏବଂ ବ୍ରିଟେନରେ ମଧ୍ୟ ବ୍ୟାପି ଥିଲା।

ମଙ୍କିପକ୍ସର ଲକ୍ଷଣ କ'ଣ?

ଏହି ରୋଗରେ ଜଣେ ଆକ୍ରାନ୍ତ ହେଲେ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଘୋଳାବିନ୍ଧା ଏବଂ ହାଡ଼ଫୁଟି ଆଦି ଲକ୍ଷଣ ଦେଖାଦେଇଥାଏ। ଏହି ଲକ୍ଷଣ ୨ ରୁ ୪ ସପ୍ତାହ ଯାଏଁ ରହିଥାଏ। ଶିଶୁ, ଗର୍ଭବତୀ ମହିଳା ଏବଂ କମ୍‌ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ଠାରେ ଏହା ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ।

ଏହାର କୌଣସି ସିଧାସଳଖ ଚିକିତ୍ସା ନାହିଁ। ମଙ୍କିପକ୍ସ ସଂକ୍ରମଣ ହେଲେ ପୋଷକ ଖାଦ୍ୟ ଖାଇବା, ଯଥେଷ୍ଟ ପାଣି ପିଇବା ଏବଂ ପର୍ଯ୍ୟାପ୍ତ ନିଦ ସହିତ ଚର୍ମକୁ ନକୁଣ୍ଡାଇବା ପାଇଁ ପରାମର୍ଶ ଦିଆଯାଇଛି। ୨୦୨୨ରେ ଭାରତରେ ମଧ୍ୟ ଅଳ୍ପ କିଛି ଲୋକ ମଙ୍କିପକ୍ସ ଦ୍ୱାରା ସଂକ୍ରମିତ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+