ମୋଦିଙ୍କ ରତ୍ନ ଭଣ୍ଡାର ଚାବି ମନ୍ତବ୍ୟ ଉପରେ ଏମ୍ କେ ଷ୍ଟାଲିନ୍ଙ୍କ ବୟାନ, କହିଲେ ଭୋଟ ପାଇଁ ତାମିଲଙ୍କୁ ....
ଭୁବନେଶ୍ୱର: ଗତକାଲି କଟକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ଦେଇଥିଲେ ବଡ଼ ମନ୍ତବ୍ୟ । ରତ୍ନଭଣ୍ଡାର ଚାବି ନେଇ କଡ଼ା ମନ୍ତବ୍ୟ ଦେଇଥିଲେ ପ୍ରଧାନମନ୍ତ୍ରୀ । ଆଉ କହିଥିଲେ ଲୋକ କହୁଛନ୍ତି ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି । ରତ୍ନଭଣ୍ଡାର ଚାବି ତାମିଲନାଡୁ କିଏ ନେଇ ଯାଇଛି ବୋଲି ମୋଦି କରିଥିଲେ ପ୍ରଶ୍ନ ।
ଆଉ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ମନ୍ତବ୍ୟକୁ ନେଇ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସଭାପତି ଏମକେ ଷ୍ଟାଲିନ୍ ଦୃଢ଼ ବିରୋଧ କରିଛନ୍ତି ଯେ, ରତ୍ନ ଭଣ୍ଡାରର ହଜିଥିବା ଚାବି ତାମିଲନାଡ଼ୁ ପଳାଇଛି କହିଥିଲେ ମୋଦି । ଆଉ ମୋଦି ଭୋଟ୍ ପାଇଁ ତାମିଲଙ୍କୁ ଅପମାନିତ କରିବାର ଏହା ଏକ ପ୍ରୟାସ ବୋଲି ଅଭିଯୋଗ କରିଛନ୍ତି ଏମକେ ଷ୍ଟାଲିନ୍ ।

ତାମିଲଙ୍କ ବିରୋଧରେ ଏଭଳି ଅପମାନଜନକ ମନ୍ତବ୍ୟ ଦେବା ବନ୍ଦ କରିବା ଉଚିତ ବୋଲି ସେ କହିଛନ୍ତି, ଓଡିଶାରେ ଏକ ନିର୍ବାଚନ ରାଲିରେ ମୋଦୀଙ୍କ ମନ୍ତବ୍ୟ ଆସିବାର ଗୋଟିଏ ଦିନ ପରେ ଏମ କେ ଷ୍ଟାଲିନ୍ ଏଭିଳି ମନ୍ତବ୍ୟ ଦେଇଛନ୍ତି ।












Click it and Unblock the Notifications