ସେପ୍ଟେମ୍ବର ୭ରେ ପଡୁଛି ଚନ୍ଦ୍ରଗ୍ରହଣ, ଏହି ସବୁ ଦେଶରେ ହେବ ଦୃଶ୍ୟମାନ

ମାର୍ଚ୍ଚ ୨୦୨୫ର ବ୍ଲଡ୍ ମୁନ୍ ପରେ ସେପ୍ଟେମ୍ବରରେ ପୁଣି ଥରେ ଭାରତରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାକୁ ଯାଉଛି।ବ୍ଲଡ୍ ମୁନ୍ କେବଳ ଚନ୍ଦ୍ରଗ୍ରହଣ ସମୟରେ ଦେଖାଯାଏ ଏବଂ ଏହି ସମୟରେ ଚନ୍ଦ୍ର ଲାଲ ହୋଇଯାଇଥାଏ। ତେବେ ଜାଣନ୍ତୁ ୨୦୨୫ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ କେବେ ପଡ଼ିବ...

Lunar eclipse

ବ୍ଲଡ୍ ମୁନ୍ ଚନ୍ଦ୍ରଗ୍ରହଣ ୭ ସେପ୍ଟେମ୍ବର ୨୦୨୫ରେ ହେବାକୁ ଯାଉଛି। ଭାରତୀୟ ସମୟ (IST) ଅନୁଯାୟୀ ଏହା ରାତି ୮:୫୮ରେ ଆରମ୍ଭ ହୋଇ ୮ ସେପ୍ଟେମ୍ବର ସକାଳ ୧:୨୫ ପର୍ଯ୍ୟନ୍ତ ଲାଗି ରହିବ। ତେବେ ଚନ୍ଦ୍ରଗ୍ରହଣ ରାତି ୧୧:୦୦ରୁ ୧୨:୨୨ ପର୍ଯ୍ୟନ୍ତ ଶୀର୍ଷରେ ରହିବା ନେଇ ସୂଚନା ମିଳିଛି।

ତେବେ ଏହି ବ୍ଲଡ଼ ମୁନ୍ ଚନ୍ଦ୍ରଗ୍ରହଣ ଚୀନ୍, ପଶ୍ଚିମ ଅଷ୍ଟ୍ରେଲିଆ, ପୂର୍ବ ଆଫ୍ରିକା, ରୁଷ ଏବଂ ଆରବ ଦେଶଗୁଡ଼ିକରେ ଦୃଶ୍ୟମାନ ହେବ। ସେହିପରି ଆଲାସ୍କାର ପଶ୍ଚିମ ଅଂଶ, ପଶ୍ଚିମ ୟୁରୋପ ଏବଂ ବ୍ରିଟେନରେ ମଧ୍ୟ ଆଂଶିକ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ।

ଏହି ବ୍ଲଡ଼ ମୁନ ଭାରତର ଅନେକ ସ୍ଥାନରେ ମଧ୍ୟ ଦୃଶ୍ୟମାନ ହେବ। ଲକ୍ଷ୍ନୌ, ଦିଲ୍ଲୀ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ମୁମ୍ବାଇ, ପୁଣେ, ଗୋଆ ସମେତ ଅନେକ ସହରରେ ଲୋକମାନେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟ ଦେଖିପାରିବେ। ତେବେ ଏହା ପାଣିପାଗ ପରିସ୍ଥିତି ଏବଂ ପ୍ରଦୂଷଣ ସ୍ତର ଉପରେ ମଧ୍ୟ ନିର୍ଭର କରିପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+