ଲୁଧିଆନା କୋର୍ଟ ବ୍ଲାଷ୍ଟ: ମୁଖ୍ୟ ଅଭିଯୁକ୍ତ ଗିରଫ
ପଞ୍ଜାବ ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ ଓ ଏନ୍ଆଇଏକୁ ବଡ଼ ସଫଳତା। ଲୁଧିଆନା ବୋମା ବିସ୍ଫୋରଣା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ। ତେବେ ଗିରଫ ଅଭିଯୁକ୍ତର ନାମ ବ୍ରର୍ତ୍ତମାନ ପାଇଁ ଗୋପନ ରଖାଯାଇଛି ।
ନୂଆଦିଲ୍ଲୀ: ପଞ୍ଜାବ ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ ଓ ଏନ୍ଆଇଏକୁ ବଡ଼ ସଫଳତା। ଲୁଧିଆନା ବୋମା ବିସ୍ଫୋରଣା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ। ତେବେ ଗିରଫ ଅଭିଯୁକ୍ତର ନାମ ବ୍ରର୍ତ୍ତମାନ ପାଇଁ ଗୋପନ ରଖାଯାଇଛି । ଏନେଇ ପଞ୍ଜାବ ପୋଲିସ ଡିଜିପି ଭିକ ଭୱାରା ସୂଚନା ଦେଇଛନ୍ତି । ବର୍ଡର ରେଞ୍ଜର ଏସ୍ଟିଏଫ୍ ଟିମ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ବିସ୍ଫୋରଣର ଦୁଇଦିନ ପୂର୍ବରୁ ଏହାକୁ ପ୍ରଥମେ ଦିଲବାଗ ସିଂହ ଆଣି ସୁରମୁଖ ସିଂହଙ୍କୁ ଦେଇଥିଲା। ଏହାପରେ ସେ ଗଗନଦୀପକୁ ଦେଇଥିଲା। ବିସ୍ଫୋରଣରେ ବ୍ୟବହାର ହୋଇଥିବା ଆଇଡିକୁ ଆଇଏସ୍ଆଇ ଦ୍ୱାରା ଡ୍ରୋନ ସାହାଯ୍ୟରେ ପାକିସ୍ତାନରୁ ପଠାଯାଇଥିଲା। ଏହି ବିସ୍ଫୋରଣରେ ଗଗନଦୀପର ପ୍ରାଣ ଯାଇଥିଲା।
ଲୁଧିଆନା କୋର୍ଟ ବିସ୍ଫୋରଣ:
ଡିସେମ୍ବର 23 ତାରିଖରେ ଲୁଧିଆନ କୋର୍ଟ ପରିସରରେ ଏହି ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ଏନ୍ଆଇଏ ଜର୍ମାନୀର ଖଲିସ୍ତାନୀ ଆତଙ୍କବାଦୀ ଜଶୱିନ୍ଦର ସିଂହ ମୁଲତାନୀ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିଲା ।












Click it and Unblock the Notifications