କରୁଥିଲେ କାମ, ଖସି ପଡ଼ିଲେ ଚେୟାରରୁ ଚାଲିଗଲା ଯୁବତୀଙ୍କ ଜୀବନ
ଲକ୍ଷ୍ନୌ : ଅଫିସରେ କରୁଥିଲେ କାମ, ଖସି ପଡ଼ିଲେ ଚେୟାରରୁ ଚାଲିଗଲା ଯୁବତୀଙ୍କ ଜୀବନବ୍ୟାଙ୍କରେ କାମ କରୁଥିଲେ ଜଣେ ମହିଳା ଅଧିକାରୀ। ହଠାତ୍ ଚେୟାରରୁ ଖସିପଡ଼ିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଲକ୍ଷ୍ନୌସ୍ଥିତ ଏଚ୍ଡିଏଫ୍ସି ବ୍ୟାଙ୍କର ଅତିରିକ୍ତ ଡେପୁଟି ଭିପି ବ୍ୟାଙ୍କରେ କାମ କରୁଥିଲେ। ହଠାତ୍ ସେ ଚେୟାରରୁ ଖସି ପଡ଼ି ପ୍ରାଣହାନି ଘଟିଛି। ତାଙ୍କ ନାଁ ସଦାଫ ଫତିମା।
ମିଳିଥିବା ସୂଚନା ମୁତାବକ, ସଦଫ ଫାତିମା ଏଚଡିଏଫସି ବ୍ୟାଙ୍କରେ କାମ କରୁଥିଲେ। ସେ ଗୋମତି ନଗରରେ ଥିବା ଏଚଡିଏଫସି ବ୍ୟାଙ୍କର ବିଭୂତି ଖଣ୍ଡ ଶାଖାରେ ଅତିରିକ୍ତ ଡେପୁଟି ଉପାଧ୍ୟକ୍ଷ ଭାବରେ ମୁତୟନ ଥିଲେ। ମଙ୍ଗଳବାର ସେ ନିଜ ଚେୟାରରେ ବସି କାମ କରୁଥିବା ବେଳେ ହଠାତ୍ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କାମର ଚାପ ପାଇଁ ଏଭଳି ମୃତ୍ୟୁ ହେଉଥିବା ଦେଖି ସମାଜବାଦୀ ପାର୍ଟୀ ମୁଖ୍ୟ ଅଖିଳେଶ ଯାଦବ ଏକ୍ସରେ ପୋଷ୍ଟ କରି ନିଜର ଚିନ୍ତା ବ୍ୟକ୍ତ କରିଛନ୍ତି। ବନ୍ଧା ପଡ଼ିଥିବା ଶ୍ରମିକଙ୍କ ଅପେକ୍ଷା ଚାକିରି କରୁଥିବା ଲୋକଙ୍କ ଅବସ୍ଥା ଆହୁରି ଖରାପ ହୋଇପଡ଼ିଛି। କାରଣ ସେମାନଙ୍କର କହିବାର ଅଧିକାର ମଧ୍ୟ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।












Click it and Unblock the Notifications