Get Updates
Get notified of breaking news, exclusive insights, and must-see stories!

ବାପାଙ୍କୁ ନିର୍ମମ ଭାବରେ ହତ୍ୟା କଲା ପୁଅ, ଡ୍ରମ୍‌ରୁ ମିଳିଲା ମୃତଦେହ

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଆସିଆନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୧୯ ବର୍ଷୀୟ ପୁଅ ନିଜ ବାପାଙ୍କୁ ନିର୍ମମ ଭାବରେ ହତ୍ୟା କରିଛି। ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଡ୍ରମରେ ଲୁଚାଇ ଦେଇଛି। ମୃତକ ଜଣକ ମାନବେନ୍ଦ୍ର ସିଂହ ବୋଲି ଜଣାପଡିଛି।

ସେ ବର୍ଦ୍ଧମାନ ପାଥୋଲୋଜିର ମାଲିକ। ଫେବୃଆରୀ ୨୦ ତାରିଖରୁ ମାନବେନ୍ଦ୍ର ନିଖୋଜ ଥିଲେ। ପୁଲିସର କହିବା ମୁତାବକ ପିତା ଏବଂ ପୁଅ ଅକ୍ଷତ ପ୍ରତାପ ସିଂହ ଅନେକ ସମୟରେ ନିଟ୍ ପ୍ରସ୍ତୁତି ଏବଂ କ୍ୟାରିଅରକୁ ନେଇ ଯୁକ୍ତିତର୍କ କରୁଥିଲେ। ଘଟଣା ଦିନ, ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଯାହା ଏହି ଭୟଙ୍କର ପରିଣାମର କାରଣ ହୋଇଥିଲା।

murder

୨୦ ତାରିଖ ସକାଳ ପ୍ରାୟ ୪:୩୦ ସମୟରେ ବିବାଦ ଉଗ୍ର ରୂପ ନେଇଥିଲା। ପିତା ମାନବେନ୍ଦ୍ର ସିଂହ ରାଗି ଯାଇ ଲାଇସେନ୍ସପ୍ରାପ୍ତ ରାଇଫଲ୍ ବାହାର କରି ତାଙ୍କ ପୁଅକୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଅକ୍ଷତ ତୁରନ୍ତ ରାଇଫଲ୍ ଉଠାଇ ତାଙ୍କ ବାପାଙ୍କ ଛାତିରେ ଗୁଳି ଚଳାଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+