Get Updates
Get notified of breaking news, exclusive insights, and must-see stories!

ପିଟବୁଲ ଆକ୍ରମଣରେ କାନ ହରାଇଲେ ନାବାଳକ

ପୋଷା କୁକୁର ଆକ୍ରମଣରେ କାନ ହରାଇଛି 13 ବର୍ଷର ନାବାଳକ । ନାବାଳକ ଗୁରୁପ୍ରୀତ ସିଂ ତାଙ୍କ ବାପାଙ୍କ ସହ ଏକ ସ୍କୁଟରରେ ଯାଉଥିବା ସମୟରେ ରାସ୍ତାରେ ମାଲିକ ସହ ବୁଲୁଥିବା ପିଟବୁଲ୍ ତାଙ୍କୁ ଆକ୍ରମଣ କରିଥିଲା ।

ଅମୃତସର: ଉତ୍ତରପ୍ରଦେଶ ଲକ୍ଷ୍ନୌ ପରି ପଞ୍ଜାବର ଗୁରୁଦାସପୁରରେ ଘଟିଛି ସମାନ ଘଟଣା । ପୋଷା କୁକୁର ଆକ୍ରମଣରେ କାନ ହରାଇଛି 13 ବର୍ଷର ନାବାଳକ । ନାବାଳକ ଗୁରୁପ୍ରୀତ ସିଂ ତାଙ୍କ ବାପାଙ୍କ ସହ ଏକ ସ୍କୁଟରରେ ଯାଉଥିବା ସମୟରେ ରାସ୍ତାରେ ମାଲିକ ସହ ବୁଲୁଥିବା ପିଟବୁଲ୍ ତାଙ୍କୁ ଆକ୍ରମଣ କରିଥିଲା।। ଫଳରେ ତାଙ୍କ ମୁହଁ ଓ କାନରେ ଗଭୀର ଆଘାତ ଲାଗିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି ।

pit bull dog

ସୂଚନା ଅନୁସାରେ, ଗୁରୁପ୍ରୀତ ନିଜ ବାପାଙ୍କ ସହିତ କେଉଁ ଏକ କାମରେ ତାଙ୍କ ଗାଁକୁ ଯାଉଥିବା ବେଳେ ହଠାତ ରାସ୍ତାରେ ନିଜ ମାଲିକ ସହ ବୁଲୁଥିବା ପିଟବୁଲ ପ୍ରଜାତିର ପୋଷା କୁକୁରଟି ସ୍କୁଟର ଉପରକୁ ଡେଇଁ ପଡିଥିଲା। ଏହାପରେ ତଳେ ପଡିଯାଇଥିଲେ ଗୁରୁପ୍ରୀତ ଏବଂ ତାଙ୍କ ପିତା । ଫଳରେ ତଳେ ପଡିଥିବା ଅବସ୍ଥାରେ କୁକୁରଟି ନାବାଳକଙ୍କ ମୁହଁଙ୍କୁ ରାମ୍ପୁଡିବା ସହ କାନକୁ କାମୁଡି ଦେଇଥିଲା । ଫଳରେ ଗୁରୁପ୍ରୀତଙ୍କ କାନ ଛିଣ୍ଡିଯାଇଥିଲା । ବହୁ ଚେଷ୍ଟା ପରେ ତାଙ୍କ ପିତା କୁକୁର ଠାରୁ ପୁଅକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କ କାନକୁ ସଂପୂର୍ଣ୍ଣ କାଟିବା ପାଇଁ ପଡିଥିଲା । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ଠିବା ବେଳେ ଚିକିତ୍ସା ଚାଲିଥିବା ଡାକ୍ତର କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଏନେଇ ସ୍ଥାନୀୟ ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ସୂଚନା ମିଳିଛି ।

ଚଳିତ ମାସ 12 ତାରିଖରେ ୟୁପିର ରାଜଧାନୀ ଲକ୍ଷ୍ନୌର କାଇଜରବାଗ ଅଞ୍ଚଳରେ ଏକ ପୋଷା ପିଟବୁଲ କୁକୁର ତାର ମାଲିକାଣୀର ପ୍ରାଣ ନେଇଥିବା ଖବର ଖୁବ ପ୍ରଚାରିତ ହୋଇଥିଲା । ଏହାପରେ ଏହି ଘଟଣା ସାମନାକୁ ଆସିବା ପରେ ବର୍ତ୍ତମାନ ପୋଷା କୁକୁର ଏଭଳି ହିଂସ୍ର ବ୍ୟବହାରକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+